ବିଶ୍ୱକପ୍‌: ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୦୪ରେ ପରାସ୍ତ କଲା ଆୟୋଜକ ଇଂଲଣ୍ଡ

Advertisment
ବିଶ୍ୱକପ୍‌: ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୦୪ରେ ପରାସ୍ତ କଲା ଆୟୋଜକ ଇଂଲଣ୍ଡ

Hindustan Times

ଲଣ୍ଡନ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ ଗୁରୁବାର ଇଂଲଣ୍ଡ ୧୦୪ ରନ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟୀ ହୋଇଛି। ଓଭାଲ ଗାଉଣ୍ଡରେ ଦକ୍ଷିଣ ଆଫ୍ରିକା ୩୧୨ ରନ୍‌ ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିଥିଲା ଏବଂ ଟିମ୍‌ ୩୯.୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୦୭ ରନ୍‌ କରିଛି।

ଦକ୍ଷିଣ ଆଫ୍ରିକା ସ୍କୋର
କ୍ୱିଣ୍ଟନ୍‌ ଡି କକ୍‌: ୬୮ ରନ୍‌, ୭୪ ବଲ୍‌, ୬ ଚୌକା, ୨ ଛକା
ହାସିମ୍‌ ଆମଲା: ୧୧ ରନ୍‌, ୧୨ ବଲ, ୨ ଚୌକା
ଆଇଦେନ୍‌ ମାର୍କରାମ: ୧୧ ରନ୍‌, ୧୭ ବଲ, ୧ ଚୌକା
ଫାଫ ଡୁପ୍ଲେସିସି (ଅଧିନାୟକ): ୫ ରନ୍‌, ୭ ବଲ୍‌, ୧ ଚୌକା
ରସାଇ ଭାନ ଡେର ଦୁସେନ୍‌: ୫୦ ରନ୍‌, ୬୧ ବଲ, ୪ ଚୌକା, ୧ ଛକା
ଜେପି ଡୁମିନି: ୮ ରନ୍‌, ୧୧ ବଲ, ୧ ଚୌକା
ଡାଓ୍ଵିନ୍‌ ପ୍ରିଟୋରିୟସ୍‌: ୧ ରନ୍‌, ୧ ବଲ
ଆନ୍ଦିଲେ ଫେଲୁକ୍ୱାଓ: ୨୪ ରନ୍‌, ୨୫ ବଲ, ୪ ରନ୍‌
କାଗିସୋ ରାବଡ଼ା: ୧୧ ରନ୍‌, ୧୯ ବଲ, ୨ ଚୌକା
ଲୁଙ୍ଗି ଏନ୍‌ଗିଡି: ୬ ରନ୍‌, ୫ ବଲ୍‌, ୧ ଛକା
ଇମରାନ ତାହିର: ୦ ରନ୍‌, ୧ ବଲ୍‌
ମୋଟ୍‌: ୨୦୭ ରନ୍‌ (୧୦ ଓ୍ଵିକେଟ୍‌, ୩୯.୫ଓଭର)
ଅତିରିକ୍ତ: ୧୦ ରନ୍‌ (ବାଏ ୪, ଏଲ୍‌ବି ୫, ଓ୍ଵାଇଡ ୧)

ଇଂଲଣ୍ଡ ବୋଲିଂ: ଜୋଫ୍ରା ଆର୍ଚର ୩ ଓ୍ଵିକେଟ, ଲିଆମ ପ୍ଲୁନକେତ ଓ ବେନ୍‌ ଷ୍ଟୋକସ୍‌ ୨-୨ ଓ୍ଵିକେଟ, ଆଦିଲ ରସିଦ ଓ ମୋଇନ ଅଲି ୧-୧ ଓ୍ଵିକେଟ୍‌

ପ୍ରଥମ ଇନିଂସରେ ଆୟୋଜକ ଇଂଲଣ୍ଡ ୩୧୧ ରନ୍‌ ସଂଗ୍ରହ କରିଥିଲା। ଟସ୍‌ ଜିଣି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଇଂଲଣ୍ଡର ଜସନ ରୟ, ଜୋଏ ରୁଟ୍‌, ଅଧିନାୟକ ଇଅନ ମୋର୍ଗାନ ଓ ବେନ୍‌ ଷ୍ଟୋକସ୍‌ ଅର୍ଦ୍ଧଶତକ ହାସଲ କରିଥିଲେ। ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ ହରାଇ ୫୦ ରନ୍‌ କରିବା ପରେ ଦକ୍ଷିଣ ଆଫ୍ରିକାକୁ ୩୧୨ ରନ୍‌ ଟାର୍ଗେଟ ମିଳଥିଲା।

ଇଂଲଣ୍ଡ ନିଜର ସ୍କୋର ମାତ୍ର ଗୋଟିଏ ରନ୍‌ରେ ଓପନର ଜନି ବେୟାରଷ୍ଟୋଙ୍କୁ ହରାଇଥିଲା। ଦ୍ୱିତୀୟ ଓ୍ଵିକେଟରେ ଜସନ ରୟ ଏବଂ ଜୋଏ ରୁଟ ଶତକୀୟ ଭାଗିଦାରୀ (୧୦୬ ରନ୍‌) ହୋଇପାରିଥିଲେ। ତୃତୀୟ ଓ୍ଵିକେଟରେ ଟିମ୍‌ ଭଲ ସ୍କୋର କରି ନଥିଲେ ବି ୪ର୍ଥ ଓ୍ଵିକେଟ୍‌ରେ ପୁଣି ଥରେ ୧୦୬ ରନ୍‌ ଭାଗିଦାରୀ ବଳରେ ସ୍କୋର ୨୧୭ ରନ୍‌ରେ ପହଂଚିଥିଲା। ଦକ୍ଷିଣ ଆଫ୍ରିକାର ୫ମ ଓ୍ଵକେଟ ହାସଲ ବେଳକୁ ଇଂଲଣ୍ଡ ୨୪୭ ରନ ସଂଗ୍ରହ କରିଥିଲା। ଇଂଲଣ୍ଡ ସ୍କୋର ୨୬୦ ରନ୍‌ରେ ୬ଷ୍ଠ, ୨୮୫ ରନ୍‌ରେ ୭ମ ଓ ୩୦୦ ରନ୍‌ରେ ୮ମ ଓ୍ଵିକେଟ ହରାଇଥିଲା।

publive-image Hindustan Times

ଇଂଲଣ୍ଡ ସ୍କୋର
ଜସନ ରୟ: ୫୪ ରନ, ୫୩ ବଲ, ୮ ଚୌକା
ଜନି ବେୟାରଷ୍ଟୋ: ୦ ରନ୍‌, ୧ ବଲ
ଜୋଏ ରୁଟ: ୫୧ ରନ୍‌, ୫୯ ବଲ, ୫ ଚୌକା
ଇଅନ ମୋର୍ଗାନ (ଅଧିନାୟକ): ୫୭ ରନ୍‌, ୬୦ ବଲ, ୪ ଚୌକା, ୩ ଛକା
ବେନ୍‌ ଷ୍ଟୋକସ୍‌: ୮୯ ରନ୍‌, ୭୯ ବଲ୍‌, ୪ ଚୌକା, ୩ ଛକା
ଜୋସ୍‌ ବଟଲର: ୧୮ ରନ୍‌, ୧୬ ବଲ
ମୋଇନ୍‌ ଅଲି: ୩ ରନ୍‌, ୯ ବଲ
କ୍ରିସ୍‌ ଓ୍ଵକସ୍‌: ୧୩ ରନ୍‌, ୧୪ ବଲ, ୧ ଚୌକା
ଲିଆମ ପ୍ଲୁନକେତ୍‌: ଅପରାଜିତ ୯ ରନ, ୬ ବଲ, ୧ ଚୌକା
ଜୋଫ୍ରା ଆର୍ଚ୍ଚର: ଅପରାଜିତ ୭ ରନ, ୩ ବଲ, ୧ ଚୌକା

ଦକ୍ଷିଣ ଆଫ୍ରିକା ବୋଲିଂ: ଲୁଙ୍ଗି ଏନ୍‌ଗିଡି ୩ ଓ୍ଵିକେଟ୍‌, ଇମରାନ ତାହିର ଓ କାଗିସୋ ରାବଡ଼ା ୨-୨ ଓ୍ଵିକେଟ୍‌, ଆଣ୍ଡିଲେ ଫେଲୁକ୍ୱାଓ ୧ ଓ୍ଵିକେଟ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe