ଦୁବାଇ: ଭାରତରେ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ୱକପ୍ ଲାଗି ଇଂଲଣ୍ଡର ପାକିସ୍ତାନୀ ବଂଶୋଦ୍ଭବ ସ୍ପିନର୍‌ ଆଦିଲ ରସିଦ, ରେହାନ ଅହମଦ ଓ ଦ୍ରୁତବୋଲର ସକିବ ମହମୁଦଙ୍କୁ ଭାରତୀୟ ଭିସା ମିଳିଯାଇଛି। ଏମାନଙ୍କ ବାଦ୍‌ ନେଦରଲାଣ୍ଡ୍‌ସର ଖେଳାଳିଙ୍କ ସହ କାନାଡ଼ାର ଶାହ ସଲିମ୍‌ ଜାଫରଙ୍କ ଭିସାକୁ ମଧ୍ୟ ମଞ୍ଜୁର ମିଳିଛି। ୟୁଏଇ, ଆମେରିକା, ଇଟାଲି, ବାଂଲାଦେଶ ଓ କାନାଡା ଦଳରେ ଥିବା ପାକ୍‌ ବଂଶୋଦ୍ଭବଙ୍କ ଭିସା ବ୍ୟବସ୍ତା ଚାଲୁରହିଛି।

Advertisment

ଅଧିକପଢ଼ନ୍ତୁ:ବାଂଲାଦେଶରେ ହିନ୍ଦୁ ଦୋକାନ ମାଲିକଙ୍କୁ କୋଦାଳରେ ପିଟିପିଟି ହତ୍ୟା

ସ୍ପିନର୍‌ ଆଦିଲ ରସିଦ, ରେହାନ ଅହମଦ ଓ ଦ୍ରୁତବୋଲର ସକିବ ମହମୁଦଙ୍କୁ ଭାରତୀୟ ଭିସା

ପ୍ରାୟତଃ ଚଳିତ ମାସ ୩୧ ତାରିଖ ଭିତରେ ସମସ୍ତ ଦଳର ସଦସ୍ୟମାନଙ୍କ ଭିସା ପ୍ରଦାନ କାର୍ଯ୍ୟ ‌ଶେଷ ହୋଇଯିବ। ଆଇସିସି ମଧ୍ୟ ଯେପରି ଫେବ୍ରୁଆରି ୭ ତାରିଖ ପୂର୍ବରୁ ପ୍ରତିଯୋଗିତାରେ ଭାଗନେଉଥିବା ଦଳଗୁଡ଼ିକରେ ଥିବା ମୋଟ ୪୨ ପାକ୍‌ ବଂଶୋଦ୍ଭବଙ୍କୁ ଭାରତୀୟ ଭିସା ମିଳିଯିବ ସେଥିପାଇଁ କାର୍ଯ୍ୟ କରୁଛି। ଫଳରେ ଫେବ୍ରୁଆରି ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଦଳଗୁଡ଼ିକର ଅଂଶଗ୍ରହଣରେ କୌଣସି ଅସୁବିଧା ହେବନି।

ଅଧିକପଢ଼ନ୍ତୁ:ନିଜେ ଖୋଳିଥିବା ଖାଲରେ ପଡ଼ିଲେ ଟ୍ରମ୍ପ: ଆମକୁ ବୋକା ବନାଇ ପ୍ରତାରଣା କରି ବିଶ୍ୱାସଘାତକତା କରିଥିବା ଅଭିଯୋଗ ଆଣିଲେ ଇରାନ ପ୍ରତିବାଦକାରୀ