News18
ଲଣ୍ଡନ: ଇଂଲିସ୍ କାଉଣ୍ଟି କ୍ରିକେଟ୍ର ଗୋଟିଏ ପାଳିରେ ଜଣେ ଖେଳାଳି ୪୧୦* ରନ୍ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ସାମ୍ ନର୍ଥଇଷ୍ଟ ନାମକ ଏହି ଖେଳାଳି ଜଣକ ଏତେବଡ଼ ସ୍କୋର କରିବା ପରେ ଲିସେଷ୍ଟରସାୟାର ବିପକ୍ଷରେ ତାଙ୍କ ଦଳ ଗ୍ଲାମରଗାନ ଶନିବାର ୫ ୱିକେଟ୍ ବିନିମୟରେ ୭୯୫ ରନ୍ର ବିଶାଳ ସ୍କୋର କରିଥିଲା। ତେବେ ନର୍ଥଇଷ୍ଟ୍ଙ୍କ ସ୍କୋର ହେଉଛି ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ଏକାଦଶ ୪୦୦ରୁ ଅଧିକ ବ୍ୟକ୍ତିଗତ ରନ୍। ଅବଶ୍ୟ ପ୍ରଥମ ଗ୍ଲାମରଗାନ୍ ଖେଳାଳି ଭାବେ ଏହି ମାଇେଲଖୁଣ୍ଟ ଛୁଇଁଛନ୍ତି ସେ। ଏହା ପୂର୍ବରୁ ଶେଷ ଥର ଲାଗି କାଉଣ୍ଟି କ୍ରିକେଟ୍ ଖେଳି ୱେଷ୍ଟଇଣ୍ଡିଜ୍ର ପୂର୍ବତନ ଅଧିନାୟକ ବ୍ରାଏନ ଲାରା ୧୯୯୪ ମସିହାରେ ୱାରୱିକସାୟାର ପକ୍ଷରୁ ଡରହାମ ବିପକ୍ଷରେ ୫୦୧* ରନ୍ କରିଥିଲେ।
/sambad/media/post_attachments/wp-content/uploads/2022/07/5f64h65fs4hfhs654f65h4fh65fh.jpg)
Follow Us