ଇନିଏସ୍ତାଙ୍କ ଅବସର

Advertisment
ଇନିଏସ୍ତାଙ୍କ ଅବସର

MOSCOW, RUSSIA - JULY 01: Andres Iniesta of Spain looks dejected following his sides defeat in the 2018 FIFA World Cup Russia Round of 16 match between Spain and Russia at Luzhniki Stadium on July 1, 2018 in Moscow, Russia. (Photo by Clive Rose/Getty Images)

ମସ୍କୋ: ମସ୍କୋ ବିଶ୍ୱକପର ପ୍ରି-କ୍ୱାର୍ଟରରୁ ପୂର୍ବ ବିଜେତା ସ୍ପେନ୍‌ ଅପ୍ରତ୍ୟାଶିତ ଭାବେ ବିଦାୟ ନେବା ପରେ ଏହି ଦଳର ଅଭିଜ୍ଞ ଖେଳାଳି ଆନ୍ଦ୍ରେସ୍‌ ଇନିଏସ୍ତା ଅନ୍ତର୍ଜାତୀୟ ଫୁଟବଲର ଅବସର ଘୋଷଣା କରିଛନ୍ତି। ୩୪ ବର୍ଷୀୟ ଇନିଏସ୍ତା ୨୦୧୦ ବିଶ୍ୱକପ୍‌ ଫାଇନାଲରେ ସ୍ପେନ୍‌ ପାଇଁ ବିଜୟ ସୂଚକ ଗୋଲ୍‌ ଦେଇଥିଲେ। ୧୨ ବର୍ଷର ଘଟଣା ବହୁଳ ଅନ୍ତର୍ଜାତୀୟ ଖେଳ ଜୀବନ ଅବସରରେ ସେ ୧୩୩ ମ୍ୟାଚ୍‌ରେ ସ୍ପେନ୍‌ ଜାତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ। ସେ ମଧ୍ୟ ୨୦୦୮ ଏବଂ ୨୦୧୨ରେ ୟୁରୋପିଆନ୍‌ ଚାମ୍ପିଅନସିପ୍‌ ଜିତିଥିବା ସ୍ପେନ୍‌ ଦଳର ସଦସ୍ୟ ଥିଲେ। ରୁଷିଆ ବିପକ୍ଷ ରବିବାରର ପ୍ରି-କ୍ୱାର୍ଟର ମୁକାବିଲାରେ ତାଙ୍କୁ ଷ୍ଟାର୍ଟିଂ ଇଲେଭେନରେ ସ୍ଥାନ ମିଳି ନଥିଲା। ହେଲେ ଦ୍ୱିତୀୟାର୍ଧରେ କିଛି ସମୟ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ। ସ୍ପେନ୍‌ ପକ୍ଷରୁ ସେ ୧୩ ଗୋଲ୍‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe