Advertisment

ଭୁବନେଶ୍ୱର: ସ୍କୁଲ ସ୍ତରରେ ଖେଳର ବିକାଶ ପାଇଁ ରାଜଧାନୀ ଉପକଣ୍ଠ ସତ୍ୟଭାମାପୁରରେ ଥିବା ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ସ୍କୁଲ ସଦା ପ୍ରୟାସ କରି ଆସିଛି। ତାରି ଅଧୀନରେ ଫୁଟବଲର ବିକାଶ ପାଇଁ ସ୍କୁଲ କର୍ତ୍ତୃପକ୍ଷ ଆଗଭର ହୋଇଛି। ସେ ଲକ୍ଷ୍ୟସାଧନ ଉଦ୍ଦେଶ୍ୟରେ ଇନଟ୍ରା ମୁରାଲ ଫୁଟବଲ ପ୍ରତିଯୋଗିତା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା କ୍ଷଣିକା ଦାସଙ୍କ ତତ୍ୱାବଧାନରେ ଆୟୋଜିତ ୨ ଦିନିଆ ନକଆଉଟ ସ୍ତରୀୟ ପ୍ରତିଯୋଗିତାରେ ସ୍କୁଲର ୫ଟି ହାଉସ-ଏୟାର, ସ୍ପେଶ, ଆର୍ଥ, ଫାୟାର ଏବଂ ୱାଟର ହାଉସ ସାମିଲ ହୋଇଥିଲେ। ଫାଇନାଲ ମ୍ୟାଚ ସ୍ପେଶ ଓ ୱାଟର ହାଉସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଖେଳ ଡ୍ର ରହିବାରୁ ଟ୍ରାଇବ୍ରେକର ଯୋଗେ ମ୍ୟାଚର ଫଇସଲା ହୋଇଥିଲା। ଯେଉଁଥିରେ ୱାଟର ହାଉସ ଚମ୍ପିଆନ ହୋଇଥିବା ବେଳେ ସ୍ପେସ ହାଉସ ରନର୍ସ ଅପ ହୋଇଛି। ବିଦ୍ୟାଳୟର ସଭାପତି ରଘୁନାଥ ମିଶ୍ର,ପରିଚାଳକ ପ୍ରତାପ କୁମାର ଜେନା,ବିକେ ଶିକ୍ଷା ପରିଷଦର ସଦସ୍ୟଗଣ ଓ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରତିଯୋଗିତାର ସଫଳତା ପାଇଁ ଯୋଗଦାନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe