ଇଏସ୍ଏଲ୍ଏଫ୍‌ରେ ରାହାଣେ, ଆକାଶ

Advertisment
‘ମୁଁ ସିଦ୍ଧୁ ନୁହେଁ, ସେଭଳି କହିପାରିବି ନାହିଁ’ ଆକାଶ‌ ଚୋପ୍ରା ଖୋଲିଲେ ଗୋପନ ପେଡ଼ି

ଭୁବନେଶ୍ୱର: ଭୁବ‌େନଶ୍ବର ହକି ବିଶ୍ବକପ୍ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ଏକାମ୍ର ସ୍ପୋର୍ଟସ ଲିଟେରାରି ଫେଷ୍ଟିଭାଲରେ ତାରକାଙ୍କ ଭିଡ଼ ଜମିବ। ନଭେମ୍ବର ୨ ଓ ୩ରେ ହେବାକୁ ଥିବା ଏହି ମହୋତ୍ସବ‌େର କାନାଡାର ପୂର୍ବତନ ଧାବକ ବେନ ଜନସନଙ୍କ ଠାରୁ ଆରମ୍ଭ କରି କ୍ରିକେଟର ମହମ୍ମଦ କୈଫ, ଅଲିମ୍ପିକ ପଦକ ବିଜେତା ଯୋଗେଶ୍ୱର ଦତ୍ତ, ଜାଭଲିନ୍ ତାରକା ନୀରଜ ଚୋପ୍ରା, କ୍ରିକେଟର ଜେଫ ଥମ୍ପସନ୍‌, କ୍ରିକେଟ୍ ପ୍ରଶିକ୍ଷକ ରିକ୍‌ ଚାର୍ଲସୱର୍ଥ, ଶାନ୍ତି ସୌନ୍ଦ୍ୟରାଜନ, କୁସ୍ତିି ତାରକା ବିନେଶ ଫୋଗଟ, ଅଲମ୍ପିକ୍ସ ସ୍ବର୍ଣ୍ଣ ବିଜୟିନୀ ସନ୍ତରଣ ତାରକା ଷ୍ଟିଫାନି ରାଇସ, ପ୍ରତିଷ୍ଠିତ କ୍ରୀଡ଼ା ସାମ୍ବାଦିକ ଓ ପ୍ରକାଶକ ରିଚାର୍ଡ ମୁରେ, ଜିମ୍ନାଷ୍ଟ ଦୀପା କର୍ମକାର ଓ ସ୍ଥାନୀୟ କ୍ରୀଡ଼ା କିମ୍ବଦନ୍ତୀ ଦିଲୀପ ତିର୍କିଙ୍କ ଭଳି ଅର୍ନ୍ତଜାତୀୟ ତାରକା ନିଜ ନିଜ ବକ୍ତବ୍ୟ ରଖିବେ। ସୋମବାର ଏହି ତାଲିକାରେ ଭାରତୀୟ କ୍ରିକେଟ୍‌ର ଦୁଇ ପରିଚିତ ନାମ ଅଜିଙ୍କ୍ୟ ରାହାଣେ ଓ ଆକାଶ ଚୋପ୍ରା ଯୋଡ଼ି ହୋଇଛନ୍ତି। ଉଭୟ ଫେସବୁକରେ ପ୍ରକାଶ କରିଥିବା ଭିଡିଓ ବାର୍ତାରେ ଭୁବନେଶ୍ବର ଆସିବାର ଉତ୍ସାହକୁ ବର୍ଣ୍ଣନା କରିଛନ୍ତି। ଇଏସଏଲଏଫ୍‌ରେ ଯୋଗଦେବା ଲାଗି ଉଭୟ ବ୍ୟଗ୍ର ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ ଇଏସଏଲ୍ଏଫ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଭେମ୍ବର ୨ରେ ଉଦଘାଟନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe