ୟୁରୋ କପ୍‌: ଫ୍ରାନ୍ସ-ନେଦରଲାଣ୍ଡ୍‌ସ ‌ଗୋଲ୍‌ଶୂନ୍ୟ

Advertisment

ଜର୍ଜିଆକୁ ପ୍ରଥମ ୟୁରୋ କପ୍ ପଏଣ୍ଟ୍‌

ଜର୍ଜିଆକୁ ପ୍ରଥମ ୟୁରୋ କପ୍ ପଏଣ୍ଟ୍‌

ୟୁରୋ କପ୍‌: ଫ୍ରାନ୍ସ-ନେଦରଲାଣ୍ଡ୍‌ସ ‌ଗୋଲ୍‌ଶୂନ୍ୟ

ଲିପଜିଗ୍‌: ଚଳିତ ୟୁରୋ କପ୍‌ ଫୁଟ୍‌ବଲ୍ ପ୍ରତିଯୋଗିତାର ଫ୍ରାନ୍ସ ଓ ନେଦରଲାଣ୍ଡ୍‌ସ ଗ୍ରୁପ୍‌-ଡି’ ମୁକାବିଲା ଗୋଲଶୂନ୍ୟ ରହିଛି। ପ୍ରଥମାର୍ଦ୍ଧରେ ଗୋଲ ନହେବା ପରେ ଦ୍ବିତୀୟାର୍ଦ୍ଧରେ ନେଦରଲାଣ୍ଡ୍‌ସ ଏକ ଗୋଲ୍ ଦେଇ ଉତ୍ସବରେ ମାତିଥିଲେ ମଧ୍ୟ ଏହାକୁ ଭାର୍‌ (ଭିଡ଼ିଓ ଆସିଷ୍ଟାଣ୍ଟ୍ ରେଫରି) ନାକଚ କରି ଦେଇଥିଲା। ଆହତ କାରଣରୁ ଫ୍ରାନ୍ସ ଅଧିନାୟକ କିଲିଆନ୍ ଏମ୍‌ବାପେ ଏହି ମ୍ୟାଚ୍‌ ନଖେଳିବା ଫ୍ରାନ୍ସର ଫରୱାର୍ଡକୁ ଶାଣିତ କରିପାରିନଥିଲା। ତଥାପି ଦଳ ଖେଳିଥିବା ନୂଆ ଫର୍ମାଟ ୪-୩-୨-୧ ପ୍ରଭାବ ପକାଇପାରିଥିଲା। ପ୍ରଥମରୁ ଗ୍ରିଜମ୍ୟାନ୍‌ ପାଇଥିବା ଦୁଇଟି ସୁଯୋଗ ହାତଛଡ଼ା ହେବା ଶେଷରେ ଫ୍ରାନ୍ସକୁ ସମ୍ପୂର୍ଣ୍ଣ ପଏଣ୍ଟରୁ ବଞ୍ଚିତ ରଖିଲା। ଏହି ମ୍ୟାଚ୍‌ ପରେ ଉଭୟ ଫ୍ରାନ୍ସ ଓ ନେଦରଲାଣ୍ଡ୍‌ସ ୨ ଲେଖାଏଁ ମ୍ୟାଚ୍‌ରୁ ସମାନ ୪ ପଏଣ୍ଟ ପାଇଛନ୍ତି।

ହାମ୍ବର୍ଗ: ଜର୍ଜିଆ-ଚେକ୍‌ରିପବ୍ଲିକ୍ ଶନିବାର ଗ୍ରୁପ୍-ଏଫ୍‌ ମ୍ୟାଚ୍‌କୁ ୧-୧ ଗୋଲ୍‌ରେ ଅମୀମାଂସିତ ରଖି ୧ ପଏଣ୍ଟ୍‌ ଲେଖାଏଁ ଅର୍ଜନ କରିଛନ୍ତି। ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ତଥା ରୋମାଞ୍ଚକ ମୁକାବିଲାର ପ୍ରଥମାର୍ଦ୍ଧ ଆହତ ସମୟରେ ଜର୍ଜେସ୍ ମିକୁତାଜି (୪୫+୪ ମିନିଟ୍) ଏକ ଚମତ୍କାର ଗୋଲ୍ ଦେଇ ଜର୍ଜିଆକୁ ଆଗୁଆ କରିଥିଲେ। ଦ୍ବିତୀୟାର୍ଦ୍ଧର ଚର୍ତୁଦଶ ମିନିଟ୍‌‌ରେ ପାଟ୍ରିକ୍ ସ୍କିକ୍‌ଙ୍କ ମାଧ୍ୟମରେ ଚେକରିପବ୍ଲିକ୍ ଏହାକୁ ଶୁଝି ଦେଇଥିଲା। ଅବଶିଷ୍ଟ ୩୧ ମିନିଟ୍‌ରେ ଉଭୟ ଦଳ ପରସ୍ପରର ରକ୍ଷଣଭାଗ ଉପରେ ଘନଘନ ଆକ୍ରମଣ କରିଥିଲେ ମଧ୍ୟ ଗୋଲ୍ ଦେବାକୁ ସକ୍ଷମ ହୋଇ ନଥିଲେ। ଫଳରେ ବିନା ଫଳାଫଳରେ ମ୍ୟାଚ୍ ଶେଷ ହୋଇଥିଲା। ତେବେ ଏହି ମ୍ୟାଚ୍‌କୁ ଅମୀମାସିତ ରଖି ଜର୍ଜିଆ ନିଜ ଫୁଟବଲ୍ ଇତିହାସରେ ସଫଳତାର ନୂଆ ଫର୍ଦ୍ଦ ଯୋଡ଼ିଥିଲା। ପ୍ରଥମ ଥର ପାଇଁ ୟୁରୋ କପ୍‌ର କୌଣସି ସଂସ୍କରଣରେ ପଏଣ୍ଟ୍ ଅର୍ଜନ କରିଥିଲା।

ପୋଲାଣ୍ଡକୁ ହରାଇଲା ଅଷ୍ଟ୍ରିଆ

ବର୍ଲିନ: ଚଳିତ ୟୁରୋ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଗ୍ରୁପ୍‌-ଡି’ ସ୍ଥାନ ପାଇଥିବା ‌ଅଷ୍ଟ୍ରିଆ ଶୁକ୍ରବାର ପ୍ରଥମ ବିଜୟ ପାଇଛି। ଏଠାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଅଷ୍ଟ୍ରିଆ ୩-୧ ଗୋଲ୍‌ରେ ପୋଲାଣ୍ଡକୁ ପରାସ୍ତ କରିଛି। ନବମ ମିନିଟ୍‌ରେ ଗେର୍ନେଟ ଟ୍ରାଉନରଙ୍କ ଗୋଲ୍‌ରେ ଅଷ୍ଟ୍ରିଆ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା‌। ପୋଲାଣ୍ଡର କ୍ରଜିଷ୍ଟଫ ପିଆଟେକ (୩୦ ମିନିଟ୍‌) ଏହି ଗୋଲ୍‌ଟି ଶୁଝି ସ୍ଥିତି ବରାବର କରିଥିଲେ। ପ୍ରଥମାର୍ଦ୍ଧ ୧-୧ରେ ଶେଷ ହୋଇଥିଲା। ଦ୍ବିତୀୟାର୍ଦ୍ଧରେ ଅଷ୍ଟ୍ରିଆ ଦୁଇଟି ଗୋଲ୍‌ ଲଦି ୩-୧ରେ ବିଜୟ ମୁଣ୍ଡି ମାରିଥିଲା। ୬୬ତମ ମିନିଟ୍‌ରେ କ୍ରି‌ଷ୍ଟୋଫ ବାଉମଗାର୍ଟନର ଗୋଲ୍‌ରେ ‌ଅଷ୍ଟ୍ରିଆ ୨-୧ରେ ଆଗୁଆ ହୋଇଥିଲା। ୭୭ତମ ମିନିଟ୍‌ରେ ଅଷ୍ଟ୍ରିଆର ଖେଳାଳି ମାର୍ସେଲ ସାବିତଜରଙ୍କୁ ପୋଲାଣ୍ଡ ଗୋଲି ଓଜିଚ୍‌ ସେସ୍‌ମି ଫାଉଲ ମାରିଥିଲେ। ରେଫରି ସେସ୍‌ମିଙ୍କୁ ୟେଲୋ କାର୍ଡ ଦେବା ସହ ଅଷ୍ଟ୍ରିଆକୁ ପେନାଲ୍‌ଟି ଦେଇଥିଲେ। ଏହି ପେନାଲ୍‌ଟିକୁ ମାର୍କୋ ଅର୍ନାଉତୋଭିକ୍‌ ଗୋଲ୍‌ ଦେଇ ସ୍ଥିତି ୩-୧ କରିଥିଲେ। ‌ଏହି ଦୁଇ ଗୋଲ୍‌ ଶୁଝିବାକୁ ପୋଲାଣ୍ଡ ବହୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇ ପରାଜୟ ବରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe