ୟୁରୋ ଝଲକ୍‌: ଇଟାଲି ଉତ୍ସବମୁଖର, ଇଂଲଣ୍ଡରେ ଦୁଃଖର ଛାୟା

ସୁଟ୍‌ଆଉଟ୍‌ ମିସ୍‌ ପାଇଁ ସିରିଜ୍‌ ଜାତିଆଣ ଆକ୍ଷେପ

ୟୁରୋ ଝଲକ୍‌: ଇଟାଲି ଉତ୍ସବମୁଖର, ଇଂଲଣ୍ଡରେ ଦୁଃଖର ଛାୟା

ଲଣ୍ଡନ: ଇଟାଲି ବିପକ୍ଷ ହୃଦୟବିଦାରକ ପରାଜୟ ପରେ ଇଂଲଣ୍ଡ ପ୍ରଶଂସକ ଅଭଦ୍ରାମୀର ସବୁ ସୀମା ଟପି ଯାଇ ନିଜ ଦେଶର ଖେଳାଳିଙ୍କୁ ହିଁ ଅପମାନିତ କରିବା ଆରମ୍ଭ କରି ଦେଇଥିଲେ। ପେନାଲ୍ଟି ସୁଟ୍‌ଆଉଟ୍‌ରେ ବିଫଳ ହୋଇଥିବା ୩ କୃଷ୍ଣକାୟ ଖେଳାଳି ମାର୍କସ ରସଫୋର୍ଡ, ଜାଡନ ସାଞ୍ଚୋ ଓ ବୁକାୟୋ ସାକାଙ୍କୁ ସାମଜିକ ଗଣମାଧ୍ୟମରେ ଟ୍ରୋଲ୍ କରିବା ସହ ସେମାନଙ୍କୁ ନାନା ରଙ୍ଗଭେଦ ଭରା ବାର୍ତ୍ତାରେ ଗାଳିଗୁଲଜ କରିଥିଲେ। ଏହି ଘଟଣାକୁ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସହ ସେଠାକାର ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଓ ମନ୍ତ୍ରୀ ତୀବ୍ର ସମାଲୋଚନା କରିଛନ୍ତି। ‘‘ଏହି ଇଂଲଣ୍ଡ ଦଳ ଭେଦଭାବ ଭରା ଗାଳିଗୁଲଜ ନୁହେଁ ହିରୋଙ୍କ ଭଳି ସମ୍ମାନ ପାଇବାର ହକଦାର।

ଯେଉଁମାନେ ଖେଳାଳିମାନଙ୍କୁ ଆକ୍ଷେପ ମୂଳକ ମନ୍ତବ୍ୟ ଦେଉଛନ୍ତି ସେମାନେ ନିଜ ଉପରେ ଲଜ୍ଜା ଅନୁଭବ କରିବା ଉଚିତ’’ ବୋଲି ଜନସନ ଏକ ସାକ୍ଷାତକାର ଅବସରରେ କହିଥିଲେ। ‘‘ଖେଳାଳିମାନେ ଦେଶପାଇଁ ବହୁତ କିଛି କରିଛନ୍ତି। ପ୍ରତିବଦଳରେ ସେମାନେ ସାମାଜିକ ଗଣମାଧ୍ୟମରେ ବର୍ଣ୍ଣବୈଷମ୍ୟଭରା ମନ୍ତବ୍ୟର ଶିକାର ହେଉଛନ୍ତି। ଯାହାକୁ ମୁଁ ତୀବ୍ର ନିନ୍ଦା କରୁଛି’’ ବୋଲି ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ପ୍ରୀତି ପଟେଲ ମତ ରଖିଥିଲେ। କିଛି ପ୍ରଶଂସକଙ୍କ ଏଭଳି ବ୍ୟବହାର ଆଦୌ ସ୍ବାଗତ ଯୋଗ୍ୟ ନୁହେଁ ବୋଲି ଇଂଲଣ୍ଡ ଫୁଟବଲ୍ ସଂଘ ଟ୍ବିଟ୍ କରିଛି। ଏଭଳି ପ୍ରଶଂସକଙ୍କ ବିରୋଧରେ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଆହ୍ବାନ କରିଛି।

publive-image

ଅନେକ ବ୍ରିଟିସ୍ ଫୁଟବଲ୍ ଅଧିକାରୀ ଖେଳାଳିଙ୍କୁ ସମର୍ଥନ କରିବାକୁ ଯାଇ କିଛି ସମୟ ପାଇଁ ସାମାଜିକ ଗଣମାଧ୍ୟମକୁ ବର୍ଜନ କରିଥିଲେ। ଲଣ୍ଡନ ପୁଲିସ ମାମଲାର ତଦନ୍ତ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା ବେଳେ ଦୋଷୀ ପ୍ରଶଂସକଙ୍କ ବିରୋଧରେ ଆ‌ଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି। ସୂଚନାଯୋଗ୍ୟ ଯେ ଡେନାମର୍କ ବିପକ୍ଷ ସେମିଫାଇନାଲ୍‌ରେ ଉଗ୍ର ଇଂଲଣ୍ଡ ପ୍ରଶଂସକମାନେ ପ୍ରତିପକ୍ଷ ଅଧିନାୟକଙ୍କ ମୁହଁକୁ ଲେଜର ଲାଇଟ୍ ପକାଇବା ପରେ ଇଂଲଣ୍ଡ ଫୁଟବଲ୍ ସଂଘକୁ ୟୁରୋପୀୟ ଫୁଟବଲ୍ ମହାସଂଘ ପାଖାପାଖି ୧୭ ଲକ୍ଷ ଟଙ୍କା ଜରିମାନା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe