ୟୁରୋ କପ୍‌: ପର୍ତ୍ତୁଗାଲ୍‌ର ବିଜୟ ଅଭିଯାନ

Advertisment

ପଏଣ୍ଟ୍‌ ବାଣ୍ଟିଲେ କ୍ରୋଏସିଆ-ଆଲବାନିଆ

ପଏଣ୍ଟ୍‌ ବାଣ୍ଟିଲେ କ୍ରୋଏସିଆ-ଆଲବାନିଆ

ୟୁରୋ କପ୍‌: ପର୍ତ୍ତୁଗାଲ୍‌ର ବିଜୟ ଅଭିଯାନ

ଲିପ୍‌ଜିଗ୍‌: ଚଳିତ ୟୁରୋ କପ୍‌ ଫୁଟ୍‌ବଲ୍ ପ୍ରତିଯୋଗିତାରେ ମଙ୍ଗଳବାର ବିଳମ୍ବିତ ରାତିରେ‌ ଖେଳାଯାଇଥିବା ଏକ ଗ୍ରୁପ୍-ଏଫ୍ ମ୍ୟାଚ୍‌ରେ ପର୍ତ୍ତୁଗାଲ୍‌ ୨-୧ ଗୋଲ୍‌ରେ ଚେଚିଆ (ଚେକ୍ ରିପବ୍ଲିକ୍)କୁ ପରାସ୍ତ କରିଛି। ପ୍ରଥମରୁ କ୍ରିଷ୍ଟିଆନ୍ ରୋନାଲ୍ଡୋଙ୍କ ଏକ ସଟ୍‌ ଗୋଲ୍‌ପୋଷ୍ଟ ବାହାରକୁ ଯିବା ପରେ ସେ ଆଉ ଦୁଇଟି ଗୋଲ୍ ସୁଯୋଗ ମଧ୍ୟ ହରାଇଥିଲେ। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିବା ପରେ ଚେଚିଆ ପାଇଁ ପ୍ରବୋଧ (୬୨ ମିନିଟ) ପ୍ରଥମ ଗୋଲ୍ ଦେଇଥିଲେ। ୭ ମିନିଟ୍ ପରେ କିନ୍ତୁ ରବିନ୍ ହ୍ରାନାକଙ୍କ ଆତ୍ମଘାତୀ ଗୋଲ୍ କାରଣରୁ ପର୍ତ୍ତୁଗାଲ୍ ବରାବର ସୁଯୋଗ ପାଇଯାଇଥିଲା। ଏହା ପରେ ପର୍ତ୍ତୁଗାଲର ଏକ ଗୋଲ୍ ଭାର ଦ୍ବାରା ଅଫ୍‌ ସାଇଡ୍ ଘୋଷିତ‌ ହୋଇଥିଲା। ଇନଜ୍ୟୁରି ସମୟରେ ଫ୍ରାନ୍‌ସିସ୍କୋ କନସେସାଓ (୯୦+୨ ମିନିଟ୍‌) ଗୋଲ୍ ଦେଇ ଶେଷ ମୁହୂର୍ତରେ ପର୍ତ୍ତୁଗାଲ୍‌କୁ ବିଜୟୀ କରାଇଥିଲେ।

ହାମ୍‌ବର୍ଗ: ଗ୍ରୁପ୍‌-‘ବି’ର କ୍ରୋଏସିଆ-ଆଲବାନିଆ ମ୍ୟାଚ୍ ୨-୨ ଗୋଲ୍‌ରେ ଅମୀମାଂସିତ ରହିଥିଲା। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ୍‌ ବାଣ୍ଟିଥିଲେ। ଦୁଇ ଦଳ ବି ନିଜ ନିଜର ପଏଣ୍ଟ୍‌ ଖାତା ଖୋଲିଥିଲେ। ଗୁରୁବାର ସଂଧ୍ୟାର ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ କାଜିମ ଲାସିଙ୍କ ଏକାଦଶ ମିନିଟ୍ ଗୋଲ୍‌ ବଳରେ ଆଲବାନିଆ ଆଗୁଆ ହୋଇଥିଲା। ଦଳର ରକ୍ଷଣଭାଗ ମଧ୍ୟ ୭୩ ମିନିଟ୍ ପର୍ଯ୍ୟନ୍ତ ଏହି ଅଗ୍ରଣୀକୁ ବଜାୟ ରଖିଥିଲେ। ୭୪ ମିନିଟ୍‌ରେ କିନ୍ତୁ କ୍ରୋଏସିଆର ତାରକା ଖେଳାଳି ଆନ୍ଦ୍ରେଜ୍ କ୍ରମାରିକ୍‌ ଏକ ଚମତ୍କାର ଗୋଲ୍ ଦେଇ ସ୍ଥିତି ବରାବର କରିଥିଲେ। ତେବେ ୨ ମିନିଟ୍ ପରେ କ୍ଲାଉସ୍ ଗସୁଲାଙ୍କ ଆତ୍ମଘାତୀ ଗୋଲ୍ ପାଇଁ ଆଲବାନିଆ ପଛୁଆ ହୋଇଯାଇଥିଲା। ଅନ୍ୟପକ୍ଷରେ ଏହି ଗୋଲ୍ ବଳରେ କ୍ରୋଏସିଆ ଅପ୍ରତ୍ୟାଶିତ ଅଗ୍ରଣୀ ଲାଭ କରିଥିଲା। ଶେଷରେ ଦ୍ବିତୀୟାର୍ଦ୍ଧର ଆହତ ସମୟରେ ସେହି କ୍ଲାଉସ୍ ଗସୁଲା ନିଜ ଭୁଲ୍ ସୁଧାରି ଏକ ଦର୍ଶନୀୟ ଗୋଲ୍ ଦେବା ଫଳରେ ଆ‌ଲବାନିଆ ପରାଜୟରୁ ବର୍ତ୍ତି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe