ପ୍ରତି ଅଧିନାୟକ ଚାମ୍ପିଅନ୍‌ସିପ୍‌ ଜିତିବାକୁ ଚାହାନ୍ତି, ମୁଁ ଭିନ୍ନ ନୁହେଁ: ରୋହିତ

Advertisment
ରୋହିତଙ୍କ ଏକାଧିକ ରେକର୍ଡ: ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ଛକା, ବିଶ୍ବକପ୍‌ରେ ସର୍ବାଧିକ ଶତକ

ଲଣ୍ଡନ : ଭାରତ ଓ ଅଷ୍ଟ୍ରେଲିଆ ଡବ୍ଲୁଟିସି ଫାଇନାଲ୍‌ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିଲା ବେଳେ ରୋହିତ ଶର୍ମା ଟ୍ରଫି ଜିତିବା ପାଇଁ ବ୍ୟଗ୍ର ଅଛନ୍ତି। ମ୍ୟାଚ୍‌ ପୂର୍ବରୁ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ସେ ଦଳକୁ ଆଗକୁ ନେବା ପାଇଁ ଲକ୍ଷ୍ୟ ରଖିଥିବା କହିଥିଲେ। ପ୍ରତ୍ୟେକ ଅଧିନାୟକ ଚାମ୍ପିଅନ୍‌ସିପ୍‌ଗୁଡ଼ିକୁ ଜିତିବାକୁ ଚାହାନ୍ତି। ସେ ମଧ୍ୟ ଅଲଗା ନୁହଁନ୍ତି। ଆସନ୍ତା ୫ ଦିନ ପ୍ରତ୍ୟେକ ଭାରତୀୟ ଖେଳାଳିଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ତେଣୁ ଆମ ରଣନୀତି ଉପରେ ମୁଁ ଧ୍ୟାନ ଦେବାକୁ ଚାହୁଁଛି ବୋଲି ରୋହିତ ପ୍ରତିକ୍ରିୟା ଦେଇଥିଲେ।

ବର୍ଷବର୍ଷ ଧରି ଆମେ କ୍ରିକେଟ୍‌ ଖେଳିଆସୁଛୁ। ତେଣୁ କାର୍ଯ୍ୟଭାର ପରିଚାଳନା ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି। ଖେଳାଳିମାନେ ଯେପରି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ଗୁଡ଼ିକ ପାଇଁ ପ୍ରସ୍ତୁତ ରହିପାରିବେ ଓ ସତେଜ ଅନୁଭବ କରିବେ ତାହା ଆମର ଲକ୍ଷ୍ୟ। ଅତୀତରେ ଆମେ କ’ଣ ଜିତିଛୁ ଓ କେବେ ଜିତିଛୁ ତାହା ସମସ୍ତେ ଜାଣିଛନ୍ତି। ତେଣୁ ପଛ କଥାକୁ ଚିନ୍ତା ନକରି ଫାଇନାଲ୍ ମ୍ୟାଚ୍‌ ଉପରେ ଧ୍ୟାନ ଦିଆଯିବ ବୋଲି ରୋହିତ କହିଥିଲେ। ପିଚ୍‌ ଦ୍ରୁତ ବୋଲରଙ୍କ ପାଇଁ ସହାୟକ ହେବ। ଗତ ଥର ମଧ୍ୟ ଏଠାରେ ଶେଷ ଦିନରେ ରିଭର୍ସ ସୁଇଂ ଭଲ ହୋଇଥିଲା। ବର୍ତ୍ତମାନ ଓଭାଲ୍‌ର ପାଣିପାଗ ଠିକ୍‌ଠାକ୍‌ ଲାଗୁଛି। କିନ୍ତୁ ଇଂଲଣ୍ଡରେ ପ୍ରତ୍ୟେକ ଦିନ ପାଗରେ ପରିବର୍ତ୍ତନ ଆସିଥାଏ। ତେଣୁ ମ୍ୟାଚ୍‌ ଦିନ ପାଗର ସ୍ଥିତିକୁ ଦେଖି ଚୂଡ଼ାନ୍ତ ଏକାଦଶ ଚୟନ କରାଯିବ ବୋଲି ରୋହିତ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe