ଧୋନିଙ୍କ ଉପରେ ସବୁକିଛି ନିର୍ଭରଶୀଳ, ଭିଭିଏସ୍ ଲକ୍ଷ୍ମଣ

Advertisment
ଧାୱନ-ରାହୁଲ ସିଧାସଳଖ ପ୍ରତିଦ୍ବନ୍ଦ୍ବିତା ହେବ: ଭିଭିଏସ୍ ଲକ୍ଷ୍ମଣ

୧୦ ଥର ଆଇପିଏଲ୍ ଖେଳି ୮ ଥର ଫାଇନାଲ୍ ଉଠିବା ଗୋଟିଏ ବଡ଼ ଉପଲବ୍‌ଧି। ଏଭଳି ଉଲ୍ଲେଖନୀୟ ସ୍ଥିରତା ଦେଖାଇଥିବାରୁ ଚେନ୍ନାଇ ସୁପର୍ କିଙ୍ଗସ ପ୍ରଶଂସାର ହକ୍‌ଦାର। ଦଳର ସଫଳତାରେ କିଛି ଗୋପନୀୟତା ନାହିଁ। ଦଳୀୟ ସଂସ୍କୃତି ଦୃଷ୍ଟିରୁ କେଉଁ ଖେଳାଳି ଯୋଗ୍ୟ ସିଏସ୍‌କେ ସେଭଳି‌ ଖେଳାଳିଙ୍କୁ ଚିହ୍ନଟ କରିଥାଏ। ସବୁ ପରିସ୍ଥିତିରେ ଦଳ ତାଙ୍କୁ ସମର୍ଥନ ଦେଇ ଆସିଥାଏ। ଏହା ଜଣେ ଖେଳାଳିର ମନୋବଳକୁ ଉଚ୍ଚାରେ ରଖିଥାଏ। ସେନ୍ ୱାଟ୍‌ସନଙ୍କ ଉଦାହରଣ ଦେଖନ୍ତୁ। ତାଙ୍କ ପାଇଁ ଚଳିତ ଋତୁ ଅତି ସାଧାରଣ ବିତିଛି। କିନ୍ତୁ ନିହାତି ଆବଶ୍ୟକ ବେଳେ ସେ ଜବରଦସ୍ତ ଖେଳିଛନ୍ତି। ଶୁକ୍ରବାର ରାତିରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ବି ସେ ଭଲ ଖେଳିଥିଲେ।

ସିଏସ୍‌କେ ପେସାଦାର ଖେଳାଳିଙ୍କୁ ଦଳରେ ନେବାର ଏକ ମାନଦଣ୍ଡ ଧାର୍ଯ୍ୟ କରିଛି। ଆରମ୍ଭରୁ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବ ଏବଂ ୯ ଋତୁ ପାଇଁ ଷ୍ଟିଫେନ୍ ଫ୍ଲେମିଂ ପ୍ରଶିକ୍ଷକ ରହିବାରୁ ସୁଫଳ ମିଳିଛି। କ୍ରିକେଟ ପ୍ରସଙ୍ଗରେ ଦଳୀୟ ଦର୍ଶନରେ ଫ୍ରାଞ୍ଚାଇଜ୍‌ ମାଲିକଙ୍କ ହସ୍ତକ୍ଷେପ ନ ରହିବା ମଧ୍ୟ ସିଏସ୍‌କେକୁ ଆଇପିଏଲ୍‌ କ୍ରମବିକାଶ ପ୍ରଦାନ କରିଛି। ଆରମ୍ଭରୁ ହିଁ ଏହା ଧରାବନ୍ଧା ନିୟମରେ ପରିଣତ ହୋଇଛି। ଚେନ୍ନାଇ ଭଳି ଦର୍ଶନରେ ବିଶ୍ବାସ ରଖି ଦିଲ୍ଲୀ ଚଳିତ ଋତୁରେ ଉତ୍‌ଥାନ ଦେଖାଇଛି। ରବିବାରର ହାଇଦ୍ରାବାଦ ଫାଇନାଲ ନିଶ୍ଚିତ ବିସ୍ଫୋରଣ ଦେଖାଇବ। ଜଣେ ବ୍ୟାଟସମ୍ୟାନ୍‌, ୱିକେଟରକ୍ଷକ ଏବଂ ଅଧିନାୟକ ଭାବେ ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ଅନେକ କିଛି ନିର୍ଭର କରିବ। ଭଲ ବ୍ୟାଟିଂ ଟ୍ରାକ୍ ମିଳିବାକୁ ଥିବାରୁ ଏକ୍ଷେତ୍ରରେ ଅଧିକ ଗଭୀରତା ରଖିଥିବା ମୁମ୍ବାଇ ଇଣ୍ଡିଆନ୍ସ ଦାବିଦାର ରହିବ। ଚଳିତ ଋତୁରେ ୩ ଥର ହରାଇଥିବାରୁ ଆତ୍ମବିଶ୍ବାସରେ ରହିଛନ୍ତି ରୋହିତ ଶର୍ମା। ବିଗତ ଦୁଇ ଥର ଫାଇନାଲ୍‌ରେ ମଧ୍ୟ ଚେନ୍ନାଇକୁ ମୁମ୍ବାଇ ହରାଇଛି। କିନ୍ତୁ ଆଇପିଏଲ୍ କଥା ଉଠିଲେ ଏଭଳି କିଛି ନାହିଁ ଯାହା ଧୋନି ଛଡ଼ାଇ ଆଣିପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe