ନୂଆଦିଲ୍ଲୀ: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ସନ୍ଦୀପ ସିଂହ ହରିଆଣାର କ୍ରୀଡ଼ାମନ୍ତ୍ରୀ ଦାୟିତ୍ବ ନେଇଛନ୍ତି। ଗୁରୁବାର ସେ ମନ୍ତ୍ରୀ ଭାବେ ଶପଥ ନେଇଥିଲା ବେଳେ ଶୁକ୍ରବାର ତାଙ୍କୁ କ୍ରୀଡ଼ାମନ୍ତ୍ରୀ ପଦ ମିଳିଛି। ଏହି ପରିପ୍ରକ୍ଷୀରେ ହକି ଇଣ୍ଡିଆ ତାଙ୍କୁ ଟ୍ବିଟ୍ କରି ଅଭିନନ୍ଦନ ଜଣାଇଛି। ଗତ ବିଧାନସଭା ନିର୍ବାଚନରେ ସନ୍ଦୀପ ବିଜେପି ଟିକେଟ୍ରେ ପେହୋଵା ଆସନରୁ ଜିତିଥିଲେ। ୨୦୦୪ ସୁଲତାନ୍ ଆଜଲାନ୍ ସାହା କପ୍ରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିବା ସନ୍ଦୀପ ୨୦୦୯ରେ ଦଳର ନେତୃତ୍ବ ନେଇଥିଲେ। ୨୦୦୯ରେ ତାଙ୍କ ନେତୃତ୍ବରେ ଆୟୋଜକ ମାଲେସିଆକୁ ହରାଇ ସୁଲତାନ ଆଜଲାନ୍ ସାହା କପ୍ ଜିତିଥିଲା ଭାରତ। ୧୩ ବର୍ଷର ଅପେକ୍ଷା ପରେ ଭାରତ ଏହି କପ୍ ଜିତିବାର ସଫଳତା ପାଇଥିଲା। ୨୦୧୦ରେ ସନ୍ଦୀପଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
ପୂର୍ବତନ ହକି ଅଧିନାୟକ ସନ୍ଦୀପ ହେଲେ ହରିଆଣାର କ୍ରୀଡ଼ାମନ୍ତ୍ରୀ
Advertisment
Follow Us