ସୂର୍ଯ୍ୟକୁମାରଙ୍କୁ ଘୁଷୁରୀ କହିଲେ ପୂର୍ବତନ ପାକ୍ କ୍ରିକେଟର ୟୁସୁଫ୍ ମହମ୍ମଦ

ପାକିସ୍ତାନ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ୟୁସୁଫ ମହମ୍ମଦ, ଭାରତୀୟ କ୍ରିକେଟର ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ସେ ତାଙ୍କୁ ଘୁଷୁରୀ କହିଥିବା ଦେଖାଯାଇଛି।

New Project (29)

ଦୁବାଇ: ପହଲଗାମରେ ୨୬ଜଣ ନିରୀହ ପର୍ଯ୍ୟଟକଙ୍କ ନରସଂହାର ପଛରେ ଥିବା ପାକିସ୍ତାନକୁ ଭାରତୀୟ କ୍ରିକେଟ୍ ଦଳ କେବଳ ପଡ଼ିଆ ଭିତରେ ଧୂଳି ଚଟାଇନି। ପାକିସ୍ତାନ କ୍ରିକେଟ୍ ଦଳକୁ ଶୋଚନୀୟ ଭାବେ ହରାଇବା ପରେ ଏହି ଦଳର ଖେଳାଳିଙ୍କ ସହ ହାତମିଳାଇବାକୁ ମନା କରିଦେଇ ଭାରତୀୟ ଖେଳାଳିମାନେ ତା’କୁ  ସର୍ବସମ୍ମୁଖରେ ଅପମାନିତ ମଧ୍ୟ କରିଛନ୍ତି। ଆତଙ୍କବାଦକୁ ସମର୍ଥନ ଦେଇ ‘ଅପରେସନ୍ ସିନ୍ଦୂର’ରେ ନିର୍ଧୂମ ଛେଚା ଖାଇଥିବା ପାକିସ୍ତାନ ଏବେ ଖେଳୁଆଡ଼ ମନୋଭାବର ଦ୍ବାହି ଦେଇ ଭାରତୀୟ ଖେଳାଳିଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଉଛି। ଏମଧ୍ୟରେ ପାକିସ୍ତାନ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ୟୁସୁଫ ମହମ୍ମଦ, ଭାରତୀୟ କ୍ରିକେଟର ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି।

ରବିବାର ପଡ଼ିଆରେ ପାକ୍ ଟିମ୍ ଅପମାନିତ ହେବା ନେଇ ପାକିସ୍ତାନର ଏକ ଟିଭି ଚ୍ୟାନେଲରେ ଆଲୋଚନା ଚାଲିଥିଲା। ଏହି ସମୟରେ ୟୁସୁଫ, ସୂର୍ଯ୍ୟଙ୍କୁ ଘୁଷୁରୀ କହିଥିଲେ। ସେ କହିଥିଲେ ଯେ, "ଏହି ଲୋକମାନେ ଫିଲ୍ମ ଜଗତରୁ ବାହାରି ପାରୁନାହାଁନ୍ତି। ଏ ଯୋଉ ସୁଅର(ଘୁଷୁରୀ) କୁମାର ଅଛନ୍ତି... ସୁଅର କୁମାର ଯାଦବ। ଭାରତକୁ ଲଜ୍ଜିତ ହେବା ଉଚିତ ଯେ, ସେମାନେ ଜିତିବା ପାଇଁ କେତେ ତଳକୁ ଖସିଯାଉଛନ୍ତି। ଅମ୍ପାୟାରମାନଙ୍କୁ ସାଙ୍ଗ କରି ରେଫରିଙ୍କୁ ବ୍ୟବହାର କରି ସେମାନେ ପାକିସ୍ତାନକୁ ନିର୍ଯାତନା ଦେଉଛନ୍ତି। ସେମାନେ ହୁଏତ ଅମ୍ପାୟାରଙ୍କ ଆଙ୍ଗୁଠି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଇଦେଇଛନ୍ତି। କାରଣ ଆମେ ଯେତେବେଳେ ଆଉଟ୍ ବୋଲି ସୂଚିତ କରିବାକୁ ଆବେଦନ କରୁ, ସେତେବେଳେ ସେ ଆଙ୍ଗୁଠି ଉଠେ ନାହିଁ।"

ତାଙ୍କର ଏଭଳି ବୟାନ ପରେ ଏବେ ତାଙ୍କୁ ଟ୍ରୋଲ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe