ଏତେ ବିଳମ୍ବରେ ଲାଜ ଲାଗିଲା; ବାବରଙ୍କ ଇସ୍ତଫା ପରେ ଏଭଳି କହିଲେ ପାକ୍ କ୍ରିକେଟର

ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ବାବର ଆଜମ ଓଡିଆଇ ଏବଂ ଟି-୨୦ ଦଳର ଅଧିନାୟକତ୍ୱରୁ ଇସ୍ତଫା ଦେଇଛନ୍ତି। ଏନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ପାକିସ୍ତାନ ପେସର ସିକନ୍ଦର ବଖ୍ତ।

pppp

ଇସଲାମାବାଦ: ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ବାବର ଆଜମ ଓଡିଆଇ ଏବଂ ଟି-୨୦ ଦଳର ଅଧିନାୟକତ୍ୱରୁ ଇସ୍ତଫା ଦେଇଛନ୍ତି। ଏହି କାରଣରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ନୂତନ ଅଧିନାୟକ ବାଛିବା ପାଇଁ ପ୍ରକିୟା ଆରମ୍ଭ କରିଛନ୍ତି। ବାବରଙ୍କ ଇସ୍ତଫା ପରେ ପିସିବି ବର୍ତ୍ତମାନ ସେହି ଖେଳାଳିଙ୍କ ଉପରେ ଧ୍ୟାନ ଦେଉଛି ଯେଉଁମାନଙ୍କର ଅଧିନାୟକତ୍ୱ ଅଭିଜ୍ଞତା ଅଛି | ଏଥିମଧ୍ୟରେ ମହମ୍ମଦ ରିଜୱାନ୍, ଶାଦବ ଖାନ୍ ଏବଂ ଶାହିନ୍ ଶାହା ଆଫ୍ରିଦି ଅଛନ୍ତି।

ତେବେ ପାକିସ୍ତାନ ବିଶ୍ବକପ ହାରିବାର ୪ମାସ ପରେ ବାବର ଇସ୍ତଫା ଦେବାରୁ ତାଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ପାକିସ୍ତାନ ପେସର ସିକନ୍ଦର ବଖ୍ତ। ଜୁନରେ ଖେଳାଯାଇଥିବା ଟି-୨୦ ବିଶ୍ବକପରୁ ପାକିସ୍ତାନ ଖରାପ ପ୍ରଦର୍ଶନ କରି ‌ବିଶ୍ବକପ ଦୌଡ଼ରୁ ବାହାରିଯିବା ପରେ ହିଁ ବାବରଙ୍କୁ ଇସ୍ତଫା ଦେବାର ଥିଲା ବୋଲି କହିଛନ୍ତି ସିକନ୍ଦର।

ତାଙ୍କ କହିବ‌ା ମୁତାବକ, "ଶେଷରେ ତୁମକୁ ଲାଜ ଲାଗିଲା। ଜୁନ୍ ୧୬ରେ ଆମର ବିଶ୍ୱକପ୍ ସମାପ୍ତ ହେବା ମାତ୍ରେ ଆମେ ଭଲ ପ୍ରଦର୍ଶନ କରିନଥିଲୁ। ସେ ସମୟରେ ଇସ୍ତଫା ଦେବା ଉଚିତ୍ ଥିଲା | ସେତେବେଳେ ଇସ୍ତଫା ଦେବା ଉଚିତ୍ ବୋଲି ସମଗ୍ର ଦେଶ କହୁଥିଲେ। କିନ୍ତୁ ସେ ଜିଦଖୋର ଥିଲେ। କାରଣ ତାଙ୍କୁ ଲାଗୁଥିଲା ସେ ରାଜା । ହେଲେ ତାଙ୍କର ପ୍ରଦର୍ଶନ ଭଲ ନଥିଲା । ଏବେ ବୋଧେ ସେ ନିଜେ ହୃଦୟଙ୍ଗମ କରିଛନ୍ତି। "

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe