କୋହଲିଙ୍କ ବିଫଳତା ନେଇ ବିଶେଷଜ୍ଞ ଚିନ୍ତିତ

Advertisment
ଆଉ ଏକ ମାଇଲଖୁଣ୍ଟ ଅପେକ୍ଷାରେ କୋହଲି

Rediffmail

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଟେଷ୍ଟରେ ଭାରତ ବଡ଼ ବିଜୟ ହାସଲ କରିଛି। ହେଲେ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ବିଫଳତା ଧାରା ଜାରି ରହିଛି। ୨୨ ନଭେମ୍ବର ୨୦୧୯ (ବନାମ ବାଂଲାଦେଶ, କୋଲକାତା) ମସିହା ପରଠାରୁ ଗୋଟିଏ ‌ହେଲେ ବି ଶତକ ଅର୍ଜନ କରି ପାରି ନଥିବା କୋହଲି ଏହି ଟେଷ୍ଟରେ ଅତ୍ୟନ୍ତ ନୈରାଶ୍ୟ ଜନକ ପ୍ରଦର୍ଶନ କରି ଦୁଇଟି ପାଳି (୨୩ ଓ ୧୩)ରୁ ମାତ୍ର ୩୬ ରନ୍ ସଂଗ୍ରହ କରିଛନ୍ତି। ତାଙ୍କ ଭଳି ଜଣେ ମହାନ ଖେଳାଳି ଲଗାତାର ବିଫଳ ହେବା ପ୍ରଶଂସକଙ୍କ ସହ ବିଶେଷଜ୍ଞଙ୍କୁ ମଧ୍ୟ ବ୍ୟଥିତ କରିଛି। ସେଥିପାଇଁ କିଛି କ୍ରିକେଟ୍ ପଣ୍ଡିତ ମଧ୍ୟ ଏଥିନେଇ ଚିନ୍ତାପ୍ରକଟ କରିଛନ୍ତି। ଅବଶ୍ୟ କିଛି କ୍ରିକେଟ୍ ବିଶେଷଜ୍ଞ ତାଙ୍କ ଉପରେ ଦୃଢ଼ ଆସ୍ଥା ପ୍ରକଟ କରିଛନ୍ତି। ପୂର୍ବତନ ଟେଷ୍ଟ ଓପନର ୱାସିମ ଜାଫର ଆତ୍ମବିଶ୍ବାସର ଅଭାବକୁ ଏହାର ପ୍ରମୁଖ କାରଣ ଭାବେ ଦର୍ଶାଇଛନ୍ତି।

ସେ କହିଛନ୍ତି ଯେ ମୁଁ ସ୍ଥିର ନିଶ୍ଚିତ ଯେ କୋହଲି ଖୁବଶୀଘ୍ର ଏକ ବଡ଼ ପାଳି ଖେଳିବେ। ତେବେ ଏଥିଲାଗି ତାଙ୍କୁ ଆଗଭଳି ନିଜ ଉପରେ ଭରସା ରଖିବାକୁ ହେବ। ଦୃଢ଼ ଆ‌ତ୍ମବଳ ବଳରେ ହିଁ ସେ ଏହି ସଂଘର୍ଷପୂର୍ଣ୍ଣ ପର୍ଯ୍ୟାୟକୁ ଅତିକ୍ରମ କରି ପାରିବେ। ସ୍ପିନ୍ ବୋଲିଂକୁ ନେଇ କୋହଲି ଦର୍ଶାଉଥିବା ଅଭିମୁଖ୍ୟକୁ ନେଇ କିନ୍ତୁ ଭାରତୀୟ ୱିକେଟ୍ ରକ୍ଷକ ଦୀନେଶ କାର୍ତ୍ତିକ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ‘‘ସ୍ପିନ୍‌କୁ ନେଇ କୋହଲି ଯେଉଁ ରଣନୀତି ଆପଣାଉଛନ୍ତି, ତାହା ଠିକ୍ ନୁହେଁ। ବୋଧହୁଏ ଏଲ୍‌ବିଡବ୍ଲ୍ୟୁକୁ ନେଇ ସେ ମାତ୍ରାଧିକ ଚିନ୍ତିତ ଅଛନ୍ତି। ଏହା ହିଁ ତାଙ୍କ ଆଉଟ୍‌ର କାରଣ ହେଉଛି।’’ ଇଂଲଣ୍ଡର ପ୍ରତିଷ୍ଠିତ ପ୍ରଶିକ୍ଷକ ଇଆନ୍ ପଣ୍ଟ୍ କହିଛନ୍ତି ଯେ କୋହଲି ତାଙ୍କ ବ୍ୟାଟିଂ ବେଳେ ବୈଷୟିକ ତ୍ରୁଟି କରୁଛନ୍ତି। ସିଧା ବଲ୍‌କୁ ବୁଝୁ ପାରୁ ନାହାନ୍ତି। ତାଙ୍କ ବ୍ୟାଟିଂ ଆଜିକାଲି ବହୁତ ସାଧାରଣ ହୋଇଗଲାଣି। ସୂଚନାଯୋଗ୍ୟ ଯେ ବେଙ୍ଗାଲୁରୁ ଟେଷ୍ଟ‌ର ଉଭୟ ପାଳିରେ କୋହଲି ଏଲ୍‌ବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ଘରୋଇ ପରିବେଶରେ ଗତ ୧୧ ପାଳିରୁ ୯ଥର ତାଙ୍କୁ ସ୍ପିନର ଆଉଟ୍ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe