ଫକର, ସର୍ଫରାଜଙ୍କ ଅର୍ଧଶତକ; ପାକିସ୍ତାନ ୨୮୮

ଫକର, ସର୍ଫରାଜଙ୍କ ଅର୍ଧଶତକ; ପାକିସ୍ତାନ ୨୮୮

ଆବୁଧାବି,: ଦୁଇ ସ୍ପିନର ନାଥନ୍‌ ଲିୟନ୍‌ (୪/୭୮) ଓ ମାର୍ନସ୍‌ ଲବୁଶ୍ଚାନେ (୩/୪୫)ଙ୍କ ସହିତ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ (୨/୩୭) ମିଳିତ ଭାବେ ପାକିସ୍ତାନର ପ୍ରଥମ ପାଳିକୁ ୩୦୦ ରନ୍‌ ପୂର୍ବରୁ ଅଟକାଇ ଦେଲେ। ଫଳରେ ଟେଷ୍ଟ ପଦାପର୍ଣରେ ମାତ୍ର ୬ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିବା ଫକର ଜମନ୍‌ (୯୪) ଓ ଅଧିନାୟକ ସଫରାଜ ଅହମ୍ମଦ (୯୪)ଙ୍କ ଅର୍ଧଶତକ ସତ୍ତ୍ବେ ପାକିସ୍ତାନ ଏଠାରେ ମଙ୍ଗଳବାରଠୁ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ଦିବସରେ ୨୮୨ ରନ୍‌ରେ ପ୍ରଥମ ପାଳି ଶେଷ କରିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ପାକିସ୍ତାନ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ୟାସିର୍‌ ଶାହା (୨୮), ଆଝାର ଅଲ୍ଲୀ (୧୫), ବିଲାଲ ଆସିଫ୍ (୧୨) ଓ ମହମ୍ମଦ ଆବାସ୍‌ (୧୦) ଦୁଇ ଅଙ୍କ ଟପିଥିଲେ। ଜବାବରେ ପ୍ରଥମ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଭ୍ରମଣକାରୀ ଅଷ୍ଟ୍ରେଲିଆ ୭ ଓଭର ଖେଳି ୨ ୱିକେଟ୍‌ରେ ୨୦ ରନ୍‌ କରିଛି। ଉସ୍‌ମାନ ଖୱାଜା (୩) ଓ ରାତ୍ରୀ ଜଗୁଆଳି ପିଟର ସିଡ୍‌ଲେ (୪) ପାଭିଲିୟନ୍‌ ଫରିଯାଇଥିଲା ବେଳେ ଆରୋନ୍‌ ଫିଞ୍ଚ୍‌ ୧୩ ରନ୍‌ରେ ଅପରାଜିତ ରହିଛନ୍ତି। ମହମ୍ମଦ ଆବାସ୍‌ ଦୁଇଟିଯାକ ୱିକେଟ୍‌ ଅକ୍ତିଆର କରିଛନ୍ତି। ଆଜି ମୋଟ ୧୨ ୱିକେଟ୍‌ ଝଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe