ଫ୍ରେଞ୍ଚ ଓପନ୍‌ରେ ପ୍ରଶଂସକଙ୍କ ପ୍ରବେଶକୁ ଅନୁମତି

Advertisment
ଫ୍ରେଞ୍ଚ ଓପନ୍‌ରେ ପ୍ରଶଂସକଙ୍କ ପ୍ରବେଶକୁ ଅନୁମତି

World News

ପ୍ୟାରିସ: ଚଳିତ ମାସ ୨୭ ତାରିଖରୁ ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଫ୍ରେଞ୍ଚ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତାରେ ଷ୍ଟାଡିୟମ୍ ଭିତରକୁ ପ୍ରଶଂସକଙ୍କ ପ୍ରବେଶକୁ ଅନୁମତି ମିଳିବ। ତେବେ ଏହି ସଂଖ୍ୟା ୧୧,୫୦୦ରେ ସୀମିତ ରଖାଯିବ। ପ୍ରତିଯୋଗିତା ଖେଳାଯିବାକୁ ଥିବା ଫିଲିପ କାର୍ଟର ଓ ସୁଜାନ-ଲେଙ୍ଗଲେନ୍ କୋର୍ଟକୁ ଦୈନିକ ସର୍ବାଧିକ ୫,୦୦୦ ଦର୍ଶକଙ୍କୁ ଛଡ଼ାଯିବ। ଅନ୍ୟପକ୍ଷରେ ତୁଳନାତ୍ମକ ଭାବେ ଆକାରରେ ‌ଛୋଟ ଥିବା ସିମୋନ-ମାଥ୍ୟୁ କୋର୍ଟ ଭିତରକୁ ମାତ୍ର ୧୫୦୦ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିବ। ଦର୍ଶକଙ୍କ ପାଇଁ ସ୍ବତନ୍ତ୍ର ଆସନର ବ୍ୟବସ୍ଥା କରାଯିବା ସହ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ଭା‌ବେ ପାଳନ କରାଯିବ। ୧୧ ବର୍ଷରୁ ଅଧିକ ବୟସ୍କ ସମସ୍ତ ଦର୍ଶକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ।

ଚଳିତ ମାସ ୨୧ରୁ ଆରମ୍ଭ ହେଉଥିବା ଯୋଗ୍ୟତା ପର୍ଯ୍ୟାୟ ବନ୍ଦ ଦ୍ବାର ଭିତରେ ଖେଳାଯିବ। ଗତବର୍ଷ ୫,୨୦,୦୦୦ ଦର୍ଶକ ଫ୍ରେଞ୍ଚ ଓପନ୍ ‌ଦେଖିବାକୁ ଆ‌ସିଥିଲେ। ଚଳିତ ବର୍ଷ ଏହାର ମାତ୍ର ୬୦ ପ୍ରତିଶତ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିବ ବୋଲି ଫ୍ରାନ୍ସ ଟେନିସ୍ ମହାସଂଘ ଘୋଷଣା କରିଛି। ସୂଚନାଯୋଗ୍ୟ ଯେ ଚାରିଟି ଗ୍ରାଣ୍ଡସ୍ଲାମ୍ ମଧ୍ୟରୁ ଫ୍ରେଞ୍ଚ ଓପନ୍ ପାରମ୍ପରିକ ଭାବେ ଅଷ୍ଟ୍ରେଲିଆନ୍ ଓପନ୍ ପରେ ଖେଳାଯାଇଥାଏ। ଏହା ପରେ ୱିମ୍ବଲଡନ୍ ଓ ୟୁଏସ୍ ଓପନ୍ ଆୟୋଜିତ ହୁଏ। ଚଳିତ ବର୍ଷର ଅଷ୍ଟ୍ରେଲିଆନ୍ ଓପନ୍‌ ଭଲ ଭାବରେ ଆୟୋଜିତ ହୋଇଥିଲା। ହେଲେ କରୋନା ମହାମାରୀ ସଙ୍କଟ ପାଇଁ ୱିମ୍ବଲଡନ୍ ଓପନ୍ ବାତିଲ ହୋଇଥିଲା ବେଳେ ଫ୍ରେଞ୍ଚ ଓପନ୍ ମେ-ଜୁନ୍‌ରୁ ସେପ୍ଟେମ୍ବର-ଅକ୍ଟୋବରକୁ ଘୁଞ୍ଚିଥିଲା। ଆୟୋଜକ କଠୋର କୋଭିଡ୍-୧୯ ନିୟମରେ ପ୍ରତିଯୋଗିତା ଆୟୋଜନ କରିବାକୁ ଘୋଷଣା କରିଥିଲେ ମଧ୍ୟ ଗତବର୍ଷର ମହିଳା ଏକକ ବିଜୟିନୀ ଆସ୍‌ଲେ ବାର୍ଟି ଏଥିରେ ଖେଳିବେ ନାହିଁ ବୋଲି ମଙ୍ଗଳବାର ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe