ସଚିନଙ୍କ ଭଳି ମେସିଙ୍କୁ ଦେଖିବାକୁ ପ୍ରଶଂସକ ପାଗଳ

Advertisment
ସଚିନଙ୍କ ଭଳି ମେସିଙ୍କୁ ଦେଖିବାକୁ ପ୍ରଶଂସକ ପାଗଳ

ନୂଆଦିଲ୍ଲୀ: ଭାରତରେ ସଚିନ୍‌ ତେନ୍ଦୁଲକରଙ୍କୁ ଯେମିତି ଦେଖିବା ପାଇଁ ପ୍ରଶଂସକମାନଙ୍କ ଗହଳି ଲାଗେ ଓ ସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସ୍‌କୁ ହସ୍ତକ୍ଷେପ କରିବାକୁ ପଡ଼େ, ଠିକ୍‌ ସେହିଭଳି ଆର୍ଜେଣ୍ଟିନାର ଫୁଟ୍‌ବଲ ତାରକା ଲିଓନେଲ ମେସିଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ସୋମବାର ସନ୍ଧ୍ୟାରେ ଆର୍ଜେଣ୍ଟିନାର ବୁଏନ୍ସ ଏୟାର୍ସ ସ୍ଥିତ ଡନ୍‌ ଜୁଲିଓ ରେଷ୍ଟୁରାଣ୍ଟରେ ମେସି ରାତ୍ରିଭୋଜନ କରିବାକୁ ଆସିଥିଲା ବେଳେ ବାହାରେ ହଜାର ହଜାର ସଂଖ୍ୟାରେ ପ୍ରଶଂସକ ଭିଡ଼ ଜମାଇଥିଲେ। ରାସ୍ତା ଉପରେ ପ୍ରଶଂସକମାନେ ‌‘ମେସି...ମେସି...’ କମ୍ପାଇ ତାଙ୍କ ପ୍ରତି ଭଲପାଇବା ଦେଉଥିଲେ। ପରେ ସ୍ଥାନୀୟ ସୁରକ୍ଷାକର୍ମୀଙ୍କ ସହାୟତାରେ ଭିଡ ଗିତରୁ ମେସିଙ୍କୁ ରେଷ୍ଟୁରାଣ୍ଟରୁ ବାହାରକୁ ଅଣାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe