ଜୁଲାଇ ୩ରୁ ଫାଓ ଲିଗ୍‌: ୨ମାସରେ ଖେଳାଯିବ ୭୪ ମ୍ୟାଚ୍‌, ଭାଗ ନେବେ ୨୪ ଦଳ

ଜୁଲାଇ ୩ରୁ ଫାଓ ଲିଗ୍‌: ୨ମାସରେ ଖେଳାଯିବ ୭୪ ମ୍ୟାଚ୍‌, ଭାଗ ନେବେ ୨୪ ଦଳ

କଟକ: ଓଡ଼ିଶା ଫୁଟବଲ ସ˚ଘ (ଫାଓ) ପକ୍ଷରୁ ବହୁ ପ୍ରତୀକ୍ଷିତ ଫାଓ (କଟକ) ଲିଗ୍‌ ଆସନ୍ତା ଜୁଲାଇ ୩ ତାରିଖରୁ ଆରମ୍ଭ ହେବ। ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁଥିବା ଏହି ଲିଗ୍‌ରେ ୨୪ ଦଳ ଅ˚ଶଗ୍ରହଣ କରୁଛନ୍ତି। ଦଳମାନଙ୍କୁ ନେଇ ଡାଏମଣ୍ତ, ଗୋଲ୍ଡ, ସିଲଭର-ଏ, ସିଲଭର-ବି ଗ୍ରୁପ୍‌ରେ ବାଣ୍ଟାଯାଇଛି। ୨ମାସରୁ ଅଧିକ ଦିନ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ଲିଗ୍‌ରେ ମୋଟ ୭୪ଟି ମ୍ୟାଚ ଖେଳାଯିବ। ସେପ୍ଟେମ୍ବର ୧୧ ତାରିଖରେ ପ୍ରତିଯୋଗିତାର ଫାଇନାଲ୍‌ ଅନୁଷ୍ଠିତ ହେବ ବୋଲି ଫାଓ ପକ୍ଷରୁ ସୂଚନା ଦିଆଯାଇଛି। ଡାଏମଣ୍ତ ଗ୍ରୁପ୍‌ରେ କ୍ରୀଡ଼ା ଛାତ୍ରାବାସ, ରାଇଜି˚ ଷ୍ଟୁଡେଣ୍ଟ କ୍ଲବ୍‌, ସନରାଇଜ କ୍ଲବ, ଓଡ଼ିଶା ପୁଲିସ୍‌, ରାଧାରମଣ କ୍ଲବ୍‌, ୟଙ୍ଗ ଉତ୍କଳ କ୍ଲବ୍‌, ପୂର୍ବତଟ ରେଳବାଇ, ରୋଭର୍ସ କ୍ଲବ୍‌, ଗୋଲ୍ଡ ଗ୍ରୁପ୍‌ରେ ରାଇଜି˚ ଷ୍ଟାର କ୍ଲବ୍‌, ମଙ୍ଗଳା କ୍ଲବ୍‌, ସନସାଇନ କ୍ଲବ୍‌, ଜୟଦୁର୍ଗା କ୍ଲବ୍‌, ବିଡ଼ାନାସୀ କ୍ଲବ୍‌, ରାଧାଗୋବିନ୍ଦ କ୍ଲବ୍‌, ଚାନ୍ଦ କ୍ଲବ୍‌, ସିଲଭର-ଏ' ଗ୍ରୁପ୍‌ରେ ଲାଲବାଗ କ୍ଲବ୍‌, ଏସ୍‌ବିଆଇ, ଆଜାଦ ହିନ୍ଦ୍‌ କ୍ଲବ୍‌, କିଶୋର କ୍ଲବ୍‌, ସିଲଭର-ବି' ଗ୍ରୁପ୍‌ରେ ଚାଉଳିଆଗଞ୍ଜ କ୍ଲବ୍‌, ଟାଉନ କ୍ଲବ୍‌, ରୟାଲ କ୍ଲବ୍‌, ଓଡ଼ିଶା ସରକାରୀ ପ୍ରେସ୍‌ କ୍ଲବ୍‌, ଯୁବବନ୍ଧୁ ସା˚ସ୍କୃତିକ କ୍ଲବ୍‌ ସ୍ଥାନ ପାଇଛନ୍ତି। ଅଗଷ୍ଟ ୨୯ ତାରିଖ ପର୍ଯ୍ୟନ୍ତ ଲିଗ୍‌ ପର୍ଯ୍ୟାୟ ଚାଲିବା ପରେ ୩୦ ତାରିଖରେ ସିଲଭର ଗ୍ରୁପ୍‌ର ରିଲେଗେସନ୍‌ ମ୍ୟାଚ୍‌ ଓ ସେପ୍ଟେମ୍ବର ୧ ତାରିଖରେ ସିଲଭର ଗ୍ରୁପ୍‌ ଏ ଓ ବି'ର ଶ୍ରେଷ୍ଠ ଦୁଇ ଦଳଙ୍କୁ ନେଇ ଫାଇନାଲ୍‌ ମ୍ୟାଚ ଅନୁଷ୍ଠିତ ହେବ।

ସେପ୍ଟେମ୍ବର ୪ ତାରିଖରୁ ଶ୍ରେଷ୍ଠ ଦଳମାନଙ୍କୁ ନେଇ ଫାଓ ସୁପର କପ୍‌ (କ୍ବାର୍ଟର ଫାଇନାଲ୍‌) ଆରମ୍ଭ ହେବ। ସୁପର କପ୍‌ରେ ଡାଏମଣ୍ତ ଗ୍ରୁପ୍‌ର ଶ୍ରେଷ୍ଠ ୪ଦଳ, ଗୋଲ୍ଡ ଗ୍ରୁପ୍‌ର ଶ୍ରେଷ୍ଠ ୩ ଦଳ ଏବ˚ ସିଲଭର ଗ୍ରୁପ୍‌ ବିଜେତାଙ୍କୁ ନେଇ ନକ୍‌ଆଉଟ ପର୍ଯ୍ୟାୟ ଚାଲିବ। ଦୁଇ ଦିନରେ ସୁପରଲିଗ୍‌ ଶେଷ ହେବା ପରେ ସେପ୍ଟେମ୍ବର ୭ ଓ ୮ ତାରିଖରେ ସେମି ଫାଇନାଲ୍‌ ଏବ˚ ୧୧ ତାରିଖରେ ଫାଇନାଲ୍‌ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। କରୋନା ମହାମାରୀ ପାଇଁ ଦୁଇ ବର୍ଷ ହେବ ଫାଓ ଲିଗ୍‌ ଅନୁଷ୍ଠିତ ହୋଇପାରୁନଥିଲା। ତେବେ ଚଳିତ ବର୍ଷ ଲିଗ୍‌ ଆରମ୍ଭ ହେବା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇସାରିଥିଲାବେଳେ ବାରବାଟୀର ନୂଆ ପଡ଼ିଆରେ ଫୁଟବଲ ଆକ୍ସନ ଦେଖିବାକୁ ମିଳିବ ବୋଲି ଫାଓ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe