ବାହାଘର ଆଗ, ଆଇପିଏଲ୍‌ ପଛ

Advertisment
ବାହାଘର ଆଗ, ଆଇପିଏଲ୍‌ ପଛ

ସିଡନି: ଚଳିତ ବର୍ଷ ଆଇପିଏଲ୍‌ର ପ୍ରଥମ କେତୋଟି ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଦୁଇ ତାରକା କ୍ରିକେଟର ଆରୋନ ଫିଞ୍ଚ୍‌ ଏବଂ ଗ୍ଲେନ୍‌ ମ୍ୟାକ୍ସେଓ୍ଵଲଙ୍କୁ ଦେଖିବାକୁ ମିଳିବ ନାହିଁ। ବିବାହ ପାଇଁ ଫିଞ୍ଚ୍‌ ଏପ୍ରିଲ ୮ରେ ଖେଳା ଯିବାକୁ ଥିବା କିଙ୍ଗ୍ସ ଏକାଦଶ ପଞ୍ଜବାର ପ୍ରଥମ ମ୍ୟାଚ୍‌ ଖେଳି ପାରିବେ ନାହିଁ। କାରଣ ଏହାର ପୂର୍ବଦିନ ଅର୍ଥାତ୍‌ ଉଦଘାଟନୀ ଦିବସରେ ହିଁ ସେ ହାତକୁ ଦି ହାତ ହେବେ। ଦିଲ୍ଲୀ ଡେୟାର ଡେଭିଲ୍ସ ମଧ୍ୟ ତା’ର ପ୍ରଥମ ମ୍ୟାଚ୍‌ରେ ମ୍ୟାକ୍ସେଓ୍ଵଲଙ୍କ ସେବାରୁ ବଞ୍ଚିତ ହେବ। ଫିଞ୍ଚ ଅନ୍ତରଙ୍ଗ ବନ୍ଧୁ ହୋଇଥିବାରୁ ବିବାହ ଉତ୍ସବରେ ମ୍ୟାକ୍ସେଓ୍ଵଲ୍‌ ତାଙ୍କ ପାଖେ ପାଖେ ରହିବେ। ତେବେ ଆଇପିଏଲ୍‌ ପୂର୍ବରୁ ଏପ୍ରିଲ ୧୫ରୁ ଆରମ୍ଭ ହେବାର ଥିଲା। ହେଲେ ଏବେ ଏପ୍ରିଲ ୭ରୁ ଆରମ୍ଭ ହେବାକୁ ଯାଉଛି। ତେଣୁ ଫିଞ୍ଚ ଅଡ଼ୁଆରେ ପଡ଼ି ଯାଇଛନ୍ତି। ସେହିଭଳି ଅଷ୍ଟ୍ରେଲିଆର ଆଉ ଜଣେ ଲୋକପ୍ରିୟ କ୍ରିକେଟର ଜର୍ଜ ବେଲି ମଧ୍ୟ ଚଳିତ ଋତୁରେ କ୍ରିକେଟ୍‌ରୁ ସଂପୂର୍ଣ୍ଣ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ପତ୍ନୀ କାଟି ଗର୍ଭବତୀ ଥିବାରୁ ବେଲି କ୍ରିକେଟ୍‌ରୁ ଦୂରେଇ ତାଙ୍କ ପାଖରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe