ଓଡ଼ିଶାରେ ପ୍ରଥମ ଥର ଜାତୀୟ ମହିଳା ଫୁଟବଲ୍‌ ପ୍ରତିଯୋଗିତା

Advertisment
ଓଡ଼ିଶାରେ ପ୍ରଥମ ଥର ଜାତୀୟ ମହିଳା ଫୁଟବଲ୍‌ ପ୍ରତିଯୋଗିତା

????????????????????????????????????

କଟକ: ଓଡ଼ିଶାରେ ପ୍ରଥମ ଥର ପାଇଁ ଜାତୀୟ ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତା ଆୟୋଜନ ହେବ। ଆସନ୍ତା ୨୮ ତାରିଖରୁ ପ୍ରତିଯୋଗିତାର ୨୩ତମ ସଂସ୍କରଣ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ। ଫେବ୍ରୁଆରି ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାର ମ୍ୟାଚ୍‌ଗୁଡ଼ିକ ବାରବାଟୀ ଷ୍ଟାଡିୟମ ସହିତ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ପୁଲିସ୍‌ ପଡ଼ିଆରେ ଖେଳାଯିବ। ଏଥିରେ ମୋଟ ୩୦ ଦଳ ଅଂଶଗ୍ରହଣ କରୁଛନ୍ତି। ସେମାନଙ୍କୁ ନେଇ ୮ ଗ୍ରୁପ୍‌ କରାଯାଇଛି। ଓଡ଼ିଶା ଗ୍ରୁପ୍‌ ଜି’ରେ ଗୁଜୁରାଟ ଓ ତ୍ରିପୁରା ବିପକ୍ଷରେ ଖେଳିବ। ମ୍ୟାଚ୍‌ ପରିଚାଳନା ପାଇଁ ୨୫ ଜଣ ଅଧିକାରୀ କଟକ ଆସୁଛନ୍ତି। ଏଠାରୁ ଜାତୀୟ ଦଳ ପାଇଁ ଖେଳାଳି ଚୟନ କରିବାକୁ ତିନିଜଣିଆ ଚୟନକର୍ତ୍ତା ମଧ୍ୟ ଆସୁଥିବା ଜଣାପଡ଼ିଛି। ଉଦ୍‌ଘାଟନୀ ଓ ଫାଇନାଲ୍‌ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମ ଫ୍ଲଡ୍‌ ଲାଇଟ୍‌ରେ ଖେଳାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। କ୍ୱାର୍ଟର ଫାଇନାଲ୍‌ ପରଠୁ ସମସ୍ତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳିଙ୍କୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପୁରସ୍କୃତ କରିବ। ପ୍ରତିଯୋଗିତା ପାଇଁ ୧ କୋଟି ୨୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ପୂର୍ବରୁ ଏହି ପ୍ରତିଯୋଗିତାରେ ଓଡ଼ିଶା ଥରେ ବିଜେତା ଓ ୩ ଥର ଉପବିଜେତା ହୋଇଛି। ଏଥିସହିତ ଜାତୀୟ କ୍ରୀଡ଼ାରେ ୨ ଥର ବିଜେତା ହୋଇଛି। ତେଣୁ ପ୍ରଥମ ଥର ଘରୋଇ ପରିବେଶରେ ଓଡ଼ିଶା ଖେଳୁଥିବାରୁ ଏଥର ମଧ୍ୟ ଦଳ ବିଜେତା ହେବ ବୋଲି ଫାଓ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଫୁଟ୍‌ବଲ ସଂଘର ଉପଦେଷ୍ଟା ଆଶୀର୍ବାଦ ବେହେରା, ଉପ ସଭାପତି ଭକ୍ତବଲ୍ଲଭ ଦାସ, ବିଜୟ ଦାସ, ଅଭିଜିତ ପାଲ୍‌, ରଂଜନ ବିଶ୍ୱାଳ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରଶ୍ମିରଂଜନ ସାମନ୍ତରାୟ, ପୂର୍ବତନ ଜାତୀୟ ପ୍ରଶିକ୍ଷକ ମହମ୍ମଦ ସାହିଦ୍‌ ଜବାର, ଭାରତୀୟ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe