ସେହି ବର୍ଷ ଏହି ତାରିଖ, ଝୁଲଣ କରିଥିଲେ ନୂଆ କୀର୍ତ୍ତିମାନ

Advertisment

ଗୋଟିଏ ଟେଷ୍ଟ୍‌ରେ ୧୦ ୱିକେଟ୍ ନେବାରେ ‌ହୋଇଥିଲେ ପ୍ରଥମ ଭାରତୀୟ ମହିଳା କ୍ରିକେଟର

ଗୋଟିଏ ଟେଷ୍ଟ୍‌ରେ ୧୦ ୱିକେଟ୍ ନେବାରେ ‌ହୋଇଥିଲେ ପ୍ରଥମ ଭାରତୀୟ ମହିଳା କ୍ରିକେଟର

ସେହି ବର୍ଷ ଏହି ତାରିଖ, ଝୁଲଣ କରିଥିଲେ ନୂଆ କୀର୍ତ୍ତିମାନ

Zee News

ନୂଆଦିଲ୍ଲୀ: ୨୦୦୬ ମସିହା ଅଗଷ୍ଟ ୩୧ ତାରିଖରେ ଭାରତୀୟ ମହିଳା ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ ମଧ୍ୟ ଏକ ନିଆରା କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। କୌଣସି ଟେଷ୍ଟ୍ ମ୍ୟାଚ୍‌ରେ ୧୦ ୱିକେଟ୍ ନେବାରେ ଠିକ୍ ଆଜିର ଦିନରେ ହିଁ ସେ ହୋଇଥିଲେ ପ୍ରଥମ ଭାରତୀୟ ମହିଳା କ୍ରିକେଟର। ଟଣ୍ଟନଠାରେ ଇଂଲଣ୍ଡ ବିପକ୍ଷରେ ଭାରତର ୫ ୱିକେଟ୍ ବିଜୟରେ ଝୁଲଣ ଏହି ଅନନ୍ୟ ସଫଳତା ଲାଭ କରିଥିଲେ। ୧୪ ବର୍ଷ ପୂର୍ବର ଏହି ମୁକାବିଲାର ପ୍ରଥମ ପାଳିରେ ଝୁଲଣ ମାତ୍ର ୩୩ ରନ୍ ଦେଇ ୫ ୱିକେଟ୍ ଅକ୍ତିଆର କରିଥିଲେ। ସେଥିପାଇଁ ଇଂଲଣ୍ଡ ମଧ୍ୟ ମାତ୍ର ୯୯ ରନ୍‌ରେ ଅଲଆଉଟ୍ ହୋଇ ଯାଇଥିଲା। ସେହିଭଳି ଦ୍ବିତୀୟ ପାଳିରେ ଆଉ ୫ ୱିକେଟ୍ ନେଇ ୧୦ ୱିକେଟ୍ ସଫଳତା ଲାଭ କରିଥିଲେ। ଆଜି ପର୍ଯ୍ୟନ୍ତ ମଧ୍ୟ ଗୋଟିଏ ଟେଷ୍ଟ୍‌ରେ ୧୦ ୱିକେଟ୍ ନେବାରେ ସେ ଭାରତର ଏକମାତ୍ର ମହିଳା ବୋଲର ହୋଇ ରହିଛନ୍ତି। ଆଇସିସି ମଧ୍ୟ ସୋମବାର ୩୭ ବର୍ଷୀୟା ଝଲଣଙ୍କ ଏହି ସଫଳତାକୁ ସଲାମ କରି ଟ୍ବିଟ୍ କରିଛି। ଏହି ମ୍ୟାଚ୍‌ରେ ଅଞ୍ଜୁମ ଚୋପ୍ରାଙ୍କ ୯୮ ରନ୍ ସହ ମିତାଲି ରାଜଙ୍କ ୬୫ ରନ୍ ବଳରେ ଭାରତ ସହଜ ବିଜୟ ହାସଲ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe