ଫାଜା ଦୁବାଇ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରମୋଦଙ୍କୁ ସ୍ବର୍ଣ୍ଣ

Advertisment
ସ୍ପାନିସ୍‌ ପାରା ବ୍ୟାଡମିଣ୍ଟନ ଫାଇନାଲ୍‌ରେ ପ୍ରମୋଦ

Times of India

ଭୁବନେଶ୍ବର: ଦୁବାଇରେ ଆୟୋଜିତ ଫାଜା ଦୁବାଇ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ଏସ୍‌ଏଲ୍‌-୩ ବର୍ଗରେ ଓଡ଼ିଆ ତାରକା ପ୍ରମୋଦ ଭଗତ ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। ରବିବାର ରୋମାଞ୍ଚକର ଫାଇନାଲ୍‌ରେ ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ପ୍ରମୋଦ ୧୯-୨୧, ୨୧-୧୭ ଓ ୨୧-୧୭ରେ ନିଜ ଦେଶର ନିତେଶ କୁମାରଙ୍କୁ ପରାସ୍ତ କରିଥିଲେ। ପ୍ରଥମ ସେଟ୍‌ରେ ପ୍ରମୋଦ ହାରିଯାଇଥିଲେ। ‌ଏଥିରେ ହାର୍‌ ନମାନି ସେ ସଫଳ ପ୍ରତ୍ୟାବର୍ତ୍ତନ ସହ ପରବର୍ତ୍ତୀ ଦୁଇ ‌ସେଟ୍‌କୁ ଜିତି ଟ୍ରଫି ନିଜ ନାମରେ କରିଥିଲେ। ଏହି ଫାଇନାଲ୍‌ ମ୍ୟାଚ୍‌ ୧ ଘଣ୍ଟା ୧ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ‘‘ଏକକରେ ଟ୍ରଫି ଜିତି ଥିବାରୁ ବହୁତ ଖୁସି। କିନ୍ତୁ ଦୁର୍ଭାଗ୍ୟବଶତଃ ଆମେ ମିଶ୍ରିତ ଯୁଗଳରେ ହାରିଯାଇଥିଲୁ। ଏହି ବିଜୟ କାନାଡ଼ା ଇଣ୍ଟରନ୍ୟାସନାଲ ପ୍ରସ୍ତୁତି ଲାଗି ମୋତେ ଶକ୍ତି ଦେବ। ମୋ ମିଶ୍ରିତ ଯୁଗଳ ସାଥୀ ମନୀଷା ପ୍ରକୃତରେ ଏସ୍‌ୟୁ-୫ରେ ଜଣେ ‌ଶ୍ରେଷ୍ଠ ଉଦୀୟମାନ ଖେଳାଳି। ମୁଁ ନିଶ୍ଚିତ ଆମେ ଭବିଷ୍ୟତରେ ଭଲ ପ୍ରଦର୍ଶନ କରିବୁ’’ ବୋଲି ବିଜୟ ପରେ ଉଲ୍ଲସିତ ପ୍ରମୋଦ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe