ଓଡ଼ିଶା ଏଫ୍‌ସିକୁ ହରାଇଲା ଏଫ୍‌ସି ଗୋଆ

Advertisment

ଘରୋଇ ପରିବେଶରେ ଓଡ଼ିଶା ଏଫ୍‌ସିକୁ ଶନିବାର ଲାଗିଛି ଶକ୍ତ ଝଟ୍‌କା। କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳିଥିବା ଆଇଏସ୍‌ଏଲ୍‌ ମ୍ୟାଚ୍‌ରେ ଏହି ଦଳ ଭ୍ରମଣକାରୀ ଗୋଆ ଏଫ୍‌ସିଠାରୁ ୨-୪ ଗୋଲ୍‌ରେ ହାରିଯାଇଛି।

ଘରୋଇ ପରିବେଶରେ ଓଡ଼ିଶା ଏଫ୍‌ସିକୁ ଶନିବାର ଲାଗିଛି ଶକ୍ତ ଝଟ୍‌କା। କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳିଥିବା ଆଇଏସ୍‌ଏଲ୍‌ ମ୍ୟାଚ୍‌ରେ ଏହି ଦଳ ଭ୍ରମଣକାରୀ ଗୋଆ ଏଫ୍‌ସିଠାରୁ ୨-୪ ଗୋଲ୍‌ରେ ହାରିଯାଇଛି।

sfsfsf

ଭୁବନେଶ୍ବର: ଘରୋଇ ପରିବେଶରେ ଓଡ଼ିଶା ଏଫ୍‌ସିକୁ ଶନିବାର ଲାଗିଛି ଶକ୍ତ ଝଟ୍‌କା। କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳିଥିବା ଆଇଏସ୍‌ଏଲ୍‌ ମ୍ୟାଚ୍‌ରେ ଏହି ଦଳ ଭ୍ରମଣକାରୀ ଗୋଆ ଏଫ୍‌ସିଠାରୁ ୨-୪ ଗୋଲ୍‌ରେ ହାରିଯାଇଛି। ଏହି ହାଇଭୋଲ୍‌ଟେଜ୍ ତଥା ଖେଳାଳିଙ୍କ ଏକାଧିକ ହଳଦିଆ କାର୍ଡ ମିଳିଥିବା ମ୍ୟାଚ୍‌ରେ ଓଡ଼ିଶା ପାଇଁ ଅହମ୍ମଦ ଜୋହୁ (୨୮ ମିନିଟ୍) ଓ ଜେରି ମାୱିମିଙ୍ଗଥାନା (୮୮ ମିନିଟ୍) ଦେଇଥିଲେ। ଅନ୍ୟପକ୍ଷରେ ଗୋଆ ପାଇଁ ବ୍ରିସନ୍ ଫର୍ଣ୍ଣାଣ୍ଡିଜ୍ (୮, ୫୩ ମିନିଟ୍) ଦୁଇଟି, ଉଦାନ୍ତ ସିଂହ (୪୫+୨ ମିନିଟ୍) ଗୋଟିଏ ଗୋଲ୍ କରିଥିଲେ। ଓଡ଼ିଶା ଏଫ୍‌ସିର ଏମି ରନାୱାଡେ (୫୬ ମିନିଟ୍)ରେ ଏକ ଆତ୍ମଘାତି ଗୋଲ୍ କରି ଗୋଆକୁ ଆଉ ଏକ ଗୋଲ୍ ଉପହାର ଦେଇଥିଲେ। ଏହି ପରାଜୟ ପରେ ଓଡ଼ିଶା ଏଫ୍‌ସି ୧୪ ମ୍ୟାଚ୍‌ରୁ ୨୦ ପଏଣ୍ଟ୍ ପାଇ ପଏଣ୍ଟ୍ ତାଲିକାର ଷଷ୍ଠ ସ୍ଥାନରେ ରହିଛି। ପରବର୍ତ୍ତୀ ମ୍ୟାଚ୍‌ରେ  ଓଡ଼ିଶା ଏଫ୍‌ସି ଆସନ୍ତା ୯ ତାରିଖରେ ଚେନ୍ନାଇନ୍ ଦଳକୁ ଭେଟିବ। ଏହି ମ୍ୟାଚ୍‌ ନୂଆଦିଲ୍ଲୀର ଜବାହରଲାଲ୍ ନେହରୁ ଷ୍ଟାଡିୟମ୍‌ରେ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe