କରୋନାକୁ ନେଇ ଆଇପିଏଲ୍‌ ଖେଳାଳିଙ୍କ ମଧ୍ୟରେ ଛାନିଆ

Advertisment
କଟକରେ ସଂକ୍ରମଣ ସ୍ଥିତି ସଙ୍ଗିନ୍‌; ତିନିଦିନ ହେଲା ଗାଁରେ ୫ଶହରୁ ଖସୁନି ସଂକ୍ରମିତଙ୍କ ସଂଖ୍ୟା

Navbharat Times

ମୁମ୍ବାଇ : ‌ସମଗ୍ର ଦେଶ କରୋନା ବିରୋଧରେ ଲଢ଼େଇ କରୁଥିବା ବେଳେ ଭାରତୀୟ କ୍ରିକେଟ୍‌ର ଲୋଭନୀୟ ପ୍ରତିଯୋଗିତା ଆଇପିଏଲ୍‌ ଦୁଇ ସପ୍ତାହ ଧରି ସୁରୁଖୁରୁରେ ଚାଲିଛି। କିନ୍ତୁ ହଠାତ ଖେଳାଳି, ଦଳୀୟ ଶିବିର ଭିତରେ ଛାନିଆ ଭରିଯାଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ ସମ୍ପର୍କୀୟ ତଥା ଦୂର ସମ୍ପର୍କୀୟଙ୍କ ଅସୁସ୍ଥ ଓ ମୃତ ଖବର ପାଇବା କୌଣସି ନା କୌଣସି ଭାବେ ଅଧିକାଂଶଙ୍କୁ ବିଚଳିତ କରୁଛି। ଏହାଠାରୁ ଅଧିକ ଚିନ୍ତାର କାରଣ ହୋଇଛି ବିଭିନ୍ନ ଦଳର ଯାତ୍ରା ଆରମ୍ଭ ହୋଇଥିବାରୁ। କୌଣସି ଖେଳାଳିଙ୍କୁ ପ୍ରତି ଦୁଇ ଦିନ ଅନ୍ତରରେ ସକାଳକୁ ଆଣ୍ଟିଜେନ କିମ୍ବା ଆର୍‌ଟିପିସିଆର୍‌ ଟେଷ୍ଟ୍‌ରୁ ଆରମ୍ଭ କରିବାକୁ ଭଲ ଲାଗୁନାହିଁ। ତଥାପି କରିବାକୁ ପଡୁଛି।

ଜୈବ ବଳୟ ଭିତରେ ରହୁଥିଲେ ମଧ୍ୟ ବିମାନଯାତ୍ରା ଓ ସ୍ଥାନ ପରିବର୍ତନ ଏବେ ଚିନ୍ତାର କାରଣ ହୋଇଛି। ପାଖାପାଖି ୩ ସପ୍ତାହ ଧରି ଚେନ୍ନାଇ ଓ ମୁମ୍ବାଇରେ ୪ ଲେଖାଏଁ ଦଳ ଖେଳୁଥିଲେ। ପଞ୍ଚମ ପର୍ଯ୍ୟାୟ ଶେଷ ହେବା ପରେ ଏବେ ସହର ଅଦଳ ବଦଳ କରିବାକୁ ପଡ଼ିଛି। ୨୫ ତାରିଖରେ ଚେନ୍ନାଇ ଓ ମୁମ୍ବାଇ ଚରଣର ମ୍ୟାଚ୍‌ଗୁଡିକ ଶେଷ ହୋଇଯାଇଛି। ଫଳରେ ବିଗତ ୪୮ରୁ ୭୨ ଘଣ୍ଟା ଭିତରେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇରୁ ଚେନ୍ନାଇ ଯାଇଛି, ଆର୍‌ସିବି ଚେନ୍ନାଇରୁ ମୁମ୍ବାଇ ପହଞ୍ଚିଛି, କେକେଆର୍‌ ଚେନ୍ନାଇରୁ ମୁମ୍ବାଇ ଫେରିଛି। ପରବର୍ତୀ ୨୪ ଘଣ୍ଟା ଭିତରେ ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ ରୟାଲ୍‌ସ, ଚେନ୍ନାଇ ସୁପର୍‌ କିଙ୍ଗ୍ସ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ଦିଲ୍ଲୀ ଗସ୍ତ କରିବେ। ପଞ୍ଜାବ କିଙ୍ଗ୍ସ, କୋଲକାତା ନାଇଟ୍ ରାଇଡର୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ଅହମଦାବାଦ ଯିବେ। ତେବେ ଦେଶର କୋଭିଡ୍ ମୃତ୍ୟୁ ସଂଖ୍ୟା ସମସ୍ତଙ୍କୁ ନିଶ୍ଚିତ ମାନସିକ ଭାବେ ଚିନ୍ତାରେ ରଖିଛି। ଜୈବ ବଳୟ ଭିତରେ ଥିବା ଜଣେ ବ୍ୟକ୍ତି କହିଛନ୍ତି, ‘ଆମେ ବି ମାନବ, ଆମ ଚାରିପାଖରେ କ’ଣ ଘଟୁଛି ଅବଗତ ରହୁଛୁ। କେବଳ କାମ କରିବାକୁ ପଡୁଛି ବୋଲି କରୁଛୁ। ନତୁବା ଆମେ ଘରେ ପରିବାର ସହ ଥାଆନ୍ତୁ’’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe