ଭୁବନେଶ୍ୱର: ବିହାରର ପାଟଣାରେ ଅନୁଷ୍ଠିତ ଫେଡେରେସନ୍ କପ୍ ଜାତୀୟ ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଓଡ଼ିଶା ପ୍ରତିଯୋଗୀଙ୍କୁ ଅପୂର୍ବ ସଫଳତା ମିଳିଛି। ୭୫ କିଲୋଗ୍ରାମ ଓଜନ୍ ବର୍ଗରେ ଭୁବନେଶ୍ୱରର ରଶ୍ମି ରଂଜନ ସାହୁ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ୬୫ ଓ ୭୦ କିଲୋଗ୍ରାମ ବର୍ଗରେ ଯଥାକ୍ରମେ ବ୍ରହ୍ମପୁରର ବ୍ରଜବଂଧୁ ସୁଆର ଏବଂ ବଲାଲ୍ ଖାନ୍ କାଂସ୍ୟ ପଦକ ଜିତିଥିଲେ। ୫୫ କିଲୋଗ୍ରାମ୍ରେ ରାକେଶ ସାହୁ ଏବଂ ୯୦ କିଲୋଗ୍ରାମ୍ରେ ଛୁଟ୍କୁ ଦତ୍ତ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ଦଳ ସହିତ ଜାତୀୟ ବିଚାରକ ସୁମିତ୍ରା ତ୍ରିପାଠୀ ପାଟଣାରେ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଓଡ଼ିଶା ପ୍ରତିଯୋଗୀଙ୍କ ଏହି ଅପୂର୍ବ ସଫଳତା ପାଇଁ ଜାତୀୟ ବଡ଼ି ବିଲ୍ଡିଂ ସଂଘ ସଭାପତି ପଦ୍ମଶ୍ରୀ ପ୍ରେମଚାନ୍ଦ ଡୋଗ୍ରା ଖୁସୀ ଜାହିର କରି ଅଭିନନ୍ଦନ ଜଣାଇଥିଲେ। ଓଡ଼ିଶା ଫେରିବା ପରେ ସଫଳ ସୁନ୍ଦରସ୍ୱାସ୍ଥ୍ୟ କ୍ରୀଡ଼ାବିତ୍ମାନଙ୍କୁ ଓଡ଼ିଶା ଓଡ଼ିଶା ବଡ଼ି ବିଲ୍ଡିଂ ସଂଘ ସଭାପତି ଇଂ ଚିତ୍ତରଂଜନ ସ୍ୱାଇଁ ଏବଂ ସାଧାରଣ ସମ୍ପାଦକ ପ୍ରସନ୍ନ ମହାସୁଆର, ମୁଖ୍ୟ ଉପଦେଷ୍ଠା ଡକ୍ଟର ହରି ପ୍ରସାଦ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।
ଫେଡେରେସନ୍ କପ୍ ସୁନ୍ଦରସ୍ୱାସ୍ଥ୍ୟ:ଓଡ଼ିଶାକୁ ୧ ସ୍ୱର୍ଣ୍ଣ ସହ ୩ ପଦକ
Advertisment
Follow Us