ବୃହତ୍‌ ବିପର୍ଯ୍ୟୟ ଫେଡେରର୍‌ ବିଦା

Advertisment

ସେମିରେ ଆଣ୍ଡରସନ୍‌ ଓ ଜୋକୋଭିକ୍‌

ସେମିରେ ଆଣ୍ଡରସନ୍‌ ଓ ଜୋକୋଭିକ୍‌

ବୃହତ୍‌ ବିପର୍ଯ୍ୟୟ ଫେଡେରର୍‌ ବିଦା

Roger Federer SUI v Kevin Anderson RSA in the quarter final of the Gentlemen’s Singles on No.1 Court. The Championships 2018. Held at The All England Lawn Tennis Club, Wimbledon. Day 9 Wednesday 11/07/2018. Credit: AELTC/Thomas Lovelock.

ଲଣ୍ଡନ୍‌: ଚଳିତ ବର୍ଷର ତୃତୀୟ ଗ୍ରାଣ୍ଡ୍‌ସମ୍ଲାମ୍‌ ଓ୍ଵିମ୍ବଲ୍‌ଡନ୍‌ ପ୍ରତିଯୋଗିତାରେ ବୁଧବାର ପୁରୁଷ ବର୍ଗରେ ସର୍ବବୃହତ୍‌ ବିପର୍ଯ୍ୟୟ ଘଟିଛି। ପ୍ରଥମ ଦୁଇ ସେଟ୍‌ ଜିତିବା ସତ୍ତ୍ୱେ ଶୀର୍ଷ ମାନ୍ୟତା ସ୍ୱିଜରଲାଣ୍ଡ୍‌ ତାରକା ରୋଜର ଫେଡେରର୍‌ ପୁରୁଷ ଏକକ କ୍ୱାର୍ଟର ଫାଇନାଲ୍‌ରୁ ବିଦାୟ ନେଇଛନ୍ତି। ଏଥି ସହିତ ୮ ଥର ବିଜେତା ଫେଡେରର୍‌ଙ୍କ ନବମ ଓ୍ଵିମ୍ବିଲଡନ୍‌ ଟ୍ରଫି ଜିତିବାର ଆଶା ଧୂଳିସାତ୍‌ ହୋଇଗଲା। ମୋଟ ୨୦ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜେତା ଫେଡେରର୍‌ଙ୍କୁ ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି ଅଷ୍ଟମ ମାନ୍ୟତା ଦକ୍ଷିଣ ଆଫ୍ରିକାର କେଭିନ୍‌ ଆଣ୍ଡରସନ୍‌। ଏହା ପୂର୍ବରୁ ପ୍ରଥମ ଦୁଇ ସେଟ୍‌ ଜିତିବା ପରେ ମଧ୍ୟ ୨୦୧୧ରେ କ୍ୱାର୍ଟର ଫାଇନାଲ୍‌ରୁ ଏବଂ ୨୦୧୩ରେ ଦ୍ୱିତୀୟ ପର୍ଯ୍ୟାୟରୁ ବିଦାୟ ନେଇଥିଲେ।

ବୁଧବାର କ୍ୱାର୍ଟର୍‌ ଫାଇନାଲ୍‌ରେ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ରହିଥିଲା। ପ୍ରଥମ ଦୁଇ ସେଟ୍‌କୁ ଫେଡେରର୍‌ ୬-୨ ଓ ୭-୬ରେ ଜିତି ନେଇଥିଲେ। ହେଲେ ଏହାପରେ ତାଙ୍କୁ ଆଣ୍ଡରସନ୍‌ ନାକେଦମ୍‌ କରିଥିଲେ। ଆଣ୍ଡରସନ୍‌ ପରବର୍ତୀ ଦୁଇ ସେଟ୍‌କୁ ୭-୫ ଓ ୬-୪ରେ ଜିତି ନେଇ ସ୍ଥିତି ୨-୨ କରିଦେଇଥିଲେ। ଫଳରେ ମ୍ୟାଚ୍‌ର ଗତି ପଞ୍ଚମ ତଥା ନିର୍ଣ୍ଣାୟକ ସେଟ୍‌କୁ ଟାଣି ହୋଇଯାଇଥିଲା। ମାତ୍ର ଏହି ସେଟ୍‌ ସବୁଠୁ ଅଧିକ ରୋମାଞ୍ଚକର ଥିଲା। ଶେଷ ପର୍ଯ୍ୟନ୍ତ କେହି କାହାରିକୁ ବାଟ ଛାଡ଼ିନଥିଲେ। ହେଲେ ସୁପର ଟାଇବ୍ରେକର୍‌ରେ ଫଳ ବାହାରିଥିଲା। ଏକ ସମୟରେ ସ୍ଥିତି ୧୧-୧୧ ଥିଲା ବେଳେ ଫେଡେରର୍‌ଙ୍କ ଯୁଗଳ ତ୍ରୁଟି ଆଣ୍ଡରସନ୍‌ଙ୍କୁ ସୁଯୋଗ ଦେଇଥିଲା। ଏହାର ଭରପୁର ଫାଇଦା ଉଠାଇ ଆଣ୍ଡରସନ୍‌ ୧୩-୧୧ ପଏଣ୍ଟ୍‌୍‌ରେ ଫେଡେରର୍‌ଙ୍କୁ ପରାସ୍ତ କରି ତାଙ୍କ ଓ୍ଵିମ୍ବଲଡନ୍‌ ଅଭିଯାନ ଶେଷ କରିଦେଇଥିଲେ। ଏହି ମ୍ୟାଚ୍‌ ଦୀର୍ଘ ୪ ଘଣ୍ଟା ୧୪ ମିନିଟ୍‌ରେ ସରିଥିଲା। ଯାହାକି ଚଳିତ ପ୍ରତିଯୋଗିତାରେ ସବୁଠୁ ଲମ୍ବା ସମୟର ମ୍ୟାଚ୍‌ ଥିଲା। ଏହା ପୂର୍ବରୁ ଏଠାରେ ୨୦୦୯ ଫାଇନାଲ୍‌ରେ ଆଣ୍ଡି ରଡିକ୍‌ ବିପକ୍ଷରେ ଫେଡେରର୍‌ ଶେଷ ସେଟ୍‌କୁ ୧୬-୧୪ ସୁପର ଟାଇବ୍ରେକର୍‌ରେ ଜିତିଥିଲେ। ହେଲେ ଏଥର ତାଙ୍କୁ ପରାସ୍ତ କରି ଆଣ୍ଡରସନ୍‌ ମଧ୍ୟ ପ୍ରଥମ ଥର ଲାଗି ଏଠାରେ ସେମିଫାଇନାଲ୍‌ରେ ପହଞ୍ଚିଗଲେ। ଅନ୍ୟପକ୍ଷରେ ଦ୍ୱାଦଶ ମାନ୍ୟତା ଜୋକୋଭିକ୍‌ ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍‌ ମୁକାବିଲାରେ ୨୪ ମାନ୍ୟତା ଜାପାନ୍‌ର କେଇ ନିଶିକୋରିଙ୍କୁ ୬-୩, ୩-୬, ୬-୨, ୬-୨ ସେଟ୍‌ରେ ହରାଇ ସେମିରେ ସ୍ଥାନ ସୁରକ୍ଷିତ କରିଥିଲେ।

ସଂଘର୍ଷ କରି ହାରିଲେ ସରନ୍‌-ସିତକ
ଭାରତୀୟ ଟେନିସ୍‌ ତାରକା ଦିଭିଜ ସରନ୍‌ ଏବଂ ତାଙ୍କ ନ୍ୟୁଜିଲାଣ୍ଡ୍‌ ସାଥୀ ଅର୍ତିମ ସିତକ ସଂଘର୍ଷ କରକ୍ୱାର୍ଟର୍‌ ଫାଇନାଲ୍‌ରୁ ବିଦାୟ ନେଇଛନ୍ତି। ମଙ୍ଗଳବାର କ୍ୱାର୍ଟର୍‌ ଫାଇନାଲ୍‌ରେ ଏହି ଭାରତ-ନ୍ୟୁଜିଲାଣ୍ଡ୍‌ ଯୋଡ଼ି ୬-୭, ୬-୭, ୭-୬, ୪-୬ ସେଟ୍‌ରେ ଆମେରିକାର ମାଇକ୍‌ ବ୍ରାଏନ୍‌ ଓ ଜାକ୍‌ ସକ୍‌ଙ୍କଠୁ ହାରି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe