ଅଷ୍ଟ୍ରେଲିଆନ୍‌ ଓପନ୍‌ରୁ ଓହରିଲେ ଫେଡେରର୍‌; ୨୦୨୨ ଜୁନ୍‌ ପର୍ଯ୍ୟନ୍ତ ଫେରିପାରିବେନି

Advertisment
ଫେଡେରରଙ୍କ ଅବସର ବୋମା

Deccan Herald

ଜୁରିକ: ଆସନ୍ତା ବର୍ଷ ଜାନୁଆରିରେ ହେବାକୁଥିବା ଅଷ୍ଟ୍ରେଲିଆନ୍‌ ଓପନ୍‌ରୁ ସ୍ବିଜରଲାଣ୍ଡ ଟେନିସ କିଂବଦନ୍ତି ରୋଜର ଫେଡେରର୍‌ ଓହରିଯାଇଛନ୍ତି। ଏଥିସହ ୨୦୨୨ ଅଧା ତଥା ଜୁନ୍‌ ମାସ ପର୍ଯ୍ୟନ୍ତ ଏହି ପୂର୍ବତନ ଏକ ନମ୍ବର ଖେଳାଳିଙ୍କର କୋର୍ଟକୁ ଫେରିବାର ସମ୍ଭାବନା ନାହିଁ ବୋଲି ସ୍ଥାନୀୟ ଗଣମାଧ୍ୟମରେ ପ୍ର‌କାଶ ପାଇଛି। ୪୦ ବର୍ଷୀୟ ଫେଡେରର୍‌ ଶେଷ ଥର ଲାଗି ୨୦୧୭ରେ ଗ୍ରାଣ୍ଡ ସ୍ଲାମ୍‌ ମୁକୁଟ କରାୟତ୍ତ କରିଥିଲେ। ୱି‌ମ୍ବିଲଡନ୍‌ ବେଳକୁ ସେ କୋର୍ଟକୁ ଫେରିବା ଅଶା ରଖିଛନ୍ତି। ମାର୍ଚ କିମ୍ବା ଅପ୍ରେଲରେ ସେ ଅଭ୍ୟାସକୁ ଫେରିବେ ବୋଲି ୨୦ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ଚିନ୍ତା କରିଛନ୍ତି। ‘‘ଆଣ୍ଠୁ ସମସ୍ୟାରୁ ମୁକୁଳିବାକୁ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe