ଫେଡେରରଙ୍କ ଅବସର ବୋମା

Advertisment
ଫେଡେରରଙ୍କ ଅବସର ବୋମା

Deccan Herald

ଜୁରିକ୍: ଟେନିସ୍ କୋର୍ଟକୁ ସ୍ବିଜରଲାଣ୍ଡର ମହାନ କ୍ରୀଡ଼ା ତାରକା ରୋଜର ଫେଡେରରଙ୍କ ପ୍ରତ୍ୟାବର୍ତ୍ତନକୁ ପ୍ରଶଂସକ ଚାହିଁ ବସିଛନ୍ତି। ତେବେ ଲଗାତାର ଆଘାତ ଜନିତ ସମସ୍ୟା ଦେଇ ଗତି କରୁଥିବା ଫେଡେରର ଏକ ସାକ୍ଷାତକାରରେ ଅବସର ବୋମା ଛାଡ଼ିଛନ୍ତି। ପ୍ରଥମ ଥର ଲାଗି ନିଜ ଭବିଷ୍ୟତ ବିଷୟରେ ସୂଚନା ଦେବାକୁ ଯାଇ ୨୦ ଗ୍ରାଣ୍ଡସ୍ଲାମ୍ ବିଜେତା ଫେଡେରର ଏହି ଅବସରରେ କହିଛନ୍ତି ଯେ ମୁଁ ସବୁବେଳେ ଜିତିବାକୁ ଭଲପାଏ। ହେଲେ ଯେତେବେଳେ ଜଣଙ୍କ ପାଖରେ ପ୍ରତିଦ୍ବନ୍ଦ୍ବିତା କରିବାର ସାମର୍ଥ୍ୟ ନଥାଏ, ସେତେବେଳେ ସେ ନିଜ କ୍ରୀଡ଼ାଜୀବନରେ ପୂର୍ଣ୍ଣଛେଦ ଟାଣିନେବା ଶ୍ରେୟସ୍କର। ମୁଁ ଭାବୁନି ଯେ ଖୁସି ହେବା ଲାଗି ମୋତେ ଆଉ ଟେନିସ୍‌ର ଆବଶ୍ୟକତା ରହିଛି।

‌ଛୋଟ ଛୋଟ କଥା ମୋ‌ତେ ଅଧିକ ଖୁସି ଦେଉଛି। ଯେତେବେଳେ ମୋ ପୁଅ କୌଣସି ଜିନିଷକୁ ଠିକ୍ ଭାବେ କରିଥାଏ କିମ୍ବା‌ ମୋ ଝିଅ ଭଲ ଗ୍ରେଡ୍ ନେଇ ଘରକୁ ଆସିଥାଏ, ସେତେବେଳେ ବରଂ ମୋତେ ଅଧିକ ଖୁସି ମିଳୁଛି। ଟେନିସ୍ ମୋ ଜୀବନର ଏକ ଅଂଶ। ହେଲେ ମୋର ସଂପୂର୍ଣ୍ଣ ଜୀବନ ନୁହେଁ। ମୁଁ ଜାଣିଛି ପେସାଦାର ଜୀବନ ଚିରସ୍ଥାୟୀ ନୁହେଁ। ମୋ ପାଇଁ ୱିମ୍ବଲଡନ୍ ଖେଳି ନପାରିବା ଏକ ଅଜବ ଘଟଣା। ଏହି ପ୍ରତିଯୋଗିତାକୁ ଟେଲିଭିଜନରେ ଦେଖିଲା ବେଳେ ମୋର ଅନେକ ପୁରୁଣା କଥା ମନେ ପଡ଼ିଯାଇଥିଲା। ଅବଶ୍ୟ ଟେନିସ୍‌କୁ ମୁଁ ଝୁରୁନି ବୋଲି କହି ପାରିବି ନାହିଁ। ତେବେ ଏତେଦିନ ଏହି ମହାନ ଖେଳ ଖେଳିବା ପରେ ସମ୍ଭବତଃ ଏବେ ଯାତ୍ରା ଶେଷ କରିବାର ସମୟ ଆସିଯାଇଛି। ସୂଚନାଯୋଗ୍ୟ ଯେ ୧୯୯୮ ମସିହା ପରେ ପ୍ରଥମ ଥର ପାଇଁ ଫେଡେରର୍ ଚଳିତବର୍ଷର ୱିମ୍ବଲଡନ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ରେ ଅନୁପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe