ହପ୍‌ମ୍ୟାନ୍‌ କପ୍‌ରେ ଫେଡେରର୍‌ ଅପରାଜେୟ

Advertisment
ଫେଡେରର୍‌ଙ୍କ ମାଇଲଖୁଣ୍ଟ ‘୧୫୦୦ ମ୍ୟାଚ୍‌’

ପର୍ଥ: ଅଷ୍ଟ୍ରେଲିଆର ପର୍ଥରେ ଚାଲିଥିବା ହପ୍‌ମ୍ୟାନ୍‌ କପ୍‌ ଟେନିସ୍‌ ପ୍ରତିଯୋଗିତାରେ ସ୍ୱିଜରଲାଣ୍ଡ୍‌ ତାରକା ରୋଜର୍‌ ଫେଡେରର୍‌ ଅପରାଜେୟ ଧାରା ଜାରି ରଖିଛନ୍ତି। ଶନିବାର ମିଶ୍ରିତ ଦଳର ଫାଇନାଲ୍‌ରେ ଫେଡେରର୍‌ ବିଶ୍ୱ ମାନ୍ୟତାର ଚତୁର୍ଥ ଜର୍ମାନି ତାରକା ଆଲେକ୍‌ଜାଣ୍ଡର ଭେରେଭ୍‌ଙ୍କୁ ପରାସ୍ତ କରି ନୂଆବର୍ଷକୁ ମଧ୍ୟ ଚମତ୍କାର ଢଙ୍ଗରେ ଆରମ୍ଭ କରିଛନ୍ତି। ଚଳିତ ହପ୍‌ମ୍ୟାନ୍‌ କପ୍‌ ପ୍ରତିଯୋଗିତାରେ ତିନିଟି ଏକକ ମ୍ୟାଚ୍‌କୁ ଜିତିନେବା ପରେ ଫେଡେରର୍‌ ଫାଇନାଲ୍‌ରେ ଭେରେଭ୍‌ଙ୍କୁ ୬-୭, ୬-୦ ଓ ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ଗତବର୍ଷ ଭଳି ଭେରେଭ୍‌ ଏଥର ମଧ୍ୟ ଫେଡେରର୍‌ଙ୍କ ବିପକ୍ଷରେ ଗୋଟିଏ ସେଟ୍‌ ଜିତିବା ସତ୍ତ୍ୱେ ପରାଜୟ ପାଇଁ ବାଧ୍ୟ ହୋଇଥିଲେ। ଗତବର୍ଷ ହପ୍‌ମ୍ୟାନ୍‌ କପ୍‌ରେ ଭେରେଭ୍‌ ପ୍ରଥମ ସେଟ୍‌ ଜିତିଥିଲା ବେଳେ ପରବର୍ତୀ ଦୁଇ ସେଟ୍‌ ଫେଡେରର୍‌ ଜିତି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe