ଫେନେଷ୍ଟା ଜାତୀୟ ଟେନିସ୍‌: ଆହନଙ୍କୁ ଆଉ ଏକ ମୁକୁଟ

ଓଡ଼ିଶା ଟେନିସ୍ ଦୁନିଆକୁ ମିଳିଛି ଏକ ବଡ଼ ଖୁସି ଖବର। ନୂଆଦିଲ୍ଲୀରେ ଆୟୋଜିତ ଫେନେଷ୍ଟା ଜାତୀୟ ୧୮ବର୍ଷରୁ କମ୍ ବାଳିକା ଟେନିସ୍ ପ୍ରତି‌ଯୋଗିତାର ଯୁଗଳ ବର୍ଗରେ ରାଜ୍ୟର ଉଦୀୟମାନ ତାରକା ଆହନ ବିଜେତା ହୋଇଛନ୍ତି।

sfsffsxxccxxc

Photograph: (Indian Tennis Daily)

ଭୁବନେଶ୍ବର: ଓଡ଼ିଶା ଟେନିସ୍ ଦୁନିଆକୁ ମିଳିଛି ଏକ ବଡ଼ ଖୁସି ଖବର। ନୂଆଦିଲ୍ଲୀରେ ଆୟୋଜିତ ଫେନେଷ୍ଟା ଜାତୀୟ ୧୮ବର୍ଷରୁ କମ୍ ବାଳିକା ଟେନିସ୍ ପ୍ରତି‌ଯୋଗିତାର ଯୁଗଳ ବର୍ଗରେ ରାଜ୍ୟର ଉଦୀୟମାନ ତାରକା ଆହନ ବିଜେତା ହୋଇଛନ୍ତି। ତାମିଲନାଡ଼ୁର ସବିତା ଭୁବନେଶ୍ବରଙ୍କୁ ସାଥୀ କରି ଫାଇନାଲ୍‌ରେ ସେ ପଶ୍ଚିମବଙ୍ଗର ଆକାଂକ୍ଷା ଘୋଷ ଓ ତାମିଲନାଡ଼ୁର ଦୀପଶିଖା ଭିଙ୍କୁ ୬-୩, ୬-୩ ସେଟ୍‌ରେ ପରାସ୍ତ କରିଥିଲେ। 

ଏହାର ଦିନକ ପୂର୍ବରୁ ଓଡ଼ିଶାର ପ୍ରଥମ  ଖେଳାଳି ଭାବେ ସେ ଆଇଟିଏଫ୍ ମହିଳା ମାନ୍ୟତା ଲାଭ କରିଥିଲେ। ଗୁରୁଗ୍ରାମଠାରେ ଆୟୋଜିତ ପ୍ରତିଯୋଗିତାରେ ପଦାର୍ପଣ କରି ୧୮୧୮ ଆଇଟିଏଫ୍‌ ମାନ୍ୟତା ଲାଭ କରିଥିଲେ। ଗୁରୁକୁଳ ଟେନିସ୍ ଏକାଡେମିରେ ସନ୍ତୋଷ କୁମାର ମଲ୍ଲିକଙ୍କଠାରୁ ପ୍ରଶିକ୍ଷଣ ନେଉଥିବା ଏବଂ ରାଜ୍ୟର ପୂର୍ବତନ ଏକନମ୍ବର ଖେଳାଳି ଚିନ୍ମୟ ପ୍ରଧାନଙ୍କ ମାର୍ଗଦର୍ଶନରେ ଆହନ ସଫଳତାର ଶିଡ଼ି ଚଢ଼ି ଚାଲିଛନ୍ତି। ଏହି ମାଇଲ୍‌ଖୁଣ୍ଟ ଲାଗି ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe