ଗୁମ୍ଫାରେ ଅଟକି ଥିବା ଥାଇ ଦଳକୁ ଫିଫାର ଆମନ୍ତ୍ରଣ

ଗୁମ୍ଫାରେ ଅଟକି ଥିବା ଥାଇ ଦଳକୁ ଫିଫାର ଆମନ୍ତ୍ରଣ

ମସ୍କୋ: ବନ୍ୟାଜଳ ଭର୍ତି ଗୁମ୍ଫାରେ ଗତ ୧୩ ଦିନ ହେବ ଫସି ରହି ମରଣ ସହ ଲଢ଼େଇ କରୁଥିବା ଥାଇଲାଣ୍ଡର ୧୨ ଜଣ କନିଷ୍ଠ ଫୁଟବଲ୍‌ ଖେଳାଳି ଏବଂ ସେମାନଙ୍କ ୨୫ ବର୍ଷୀୟ ପ୍ରଶିକ୍ଷକଙ୍କୁ ଫିଫା ସଭାପତି ଜିଆନି ଇନ୍‌ଫାଣ୍ଟିନୋ ଆସନ୍ତା ୧୫ ତାରିଖରେ ଖେଳା ଯିବାକୁ ଥିବା ବିଶ୍ୱକପ୍‌ ଫାଇନାଲ୍‌ ଦେଖିବାକୁ ଆମନ୍ତ୍ରଣ କରିଛନ୍ତି। ସେହିଭଳି ଫାଇନାଲ୍‌ ପୂର୍ବରୁ ଏହି ଖେଳାଳିଙ୍କୁ ଗୁମ୍ଫା ଭିତରୁ ଉଦ୍ଧାର କରାଯାଇ ସାରିଥିବ ବୋଲି ଇନଫାଣ୍ଟିନୋ ଆଶା ପ୍ରକାଶ କରିଛନ୍ତି। ଥାଇ ଫୁଟବଲ୍‌ ସଂଘକୁ ପତ୍ର ଲେଖି ସେ କହିଛନ୍ତି ଯେ ଅନ୍ତର୍ଜାତୀୟ ଫୁଟବଲ୍‌ ସମୁଦାୟ ତରଫରୁ ମୁଁ ସେହି ଖେଳାଳି ଏବଂ ତାଙ୍କ ପ୍ରଶିକ୍ଷକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଆଶା କରୁଛି ଆସନ୍ତା କିଛି ଦିନ ଭିତରେ ସେମାନେ ବାହାରକୁ ଆସିଯିବେ। ମୁଁ ସେମାନଙ୍କୁ ଆମ ଅତିଥି ଭାବେ ମସ୍କୋରେ ଖେଳା ଯିବାକୁ ଥିବା ଫିଫା ବିଶ୍ୱକପ୍‌ ଫାଇନାଲ୍‌ ଦେଖିବାକୁ ଆସିବାକୁ ଆମନ୍ତ୍ରଣ କରୁଛି। ସେପଟେ ପାଗ ଦିନକୁ ଦିନ ଖରାପ ହୋଇ ଚାଲିଥିଲା ବେଳେ ଏହି ଖେଳାଳିମାନେ ଉଦ୍ଧାର ହେବା ଆଶା କମି କମି ଯାଉଛି। ଶୁକ୍ରବାର ଭୋର୍‌ରେ ଏଡି କାର୍ଯ୍ୟରେ ଲାଗିଥିବା ଜଣେ ବୁଡ଼ାଳିଙ୍କ ମୃତ୍ୟୁ ହେବା ପରେ ସ୍ଥିତି ଆହୁରି ସଂଗୀନ ହୋଇ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe