ମୋଦିଙ୍କୁ ଭେଟିବେ ଫିଫା ମୁଖ୍ୟ ଇନ୍‌ଫାଣ୍ଟିନୋ

Advertisment
ମୋଦିଙ୍କୁ ଭେଟିବେ ଫିଫା ମୁଖ୍ୟ ଇନ୍‌ଫାଣ୍ଟିନୋ

Asianet Newsable

କୋଲକାତା: ବିଶ୍ବ ଫୁଟବଲ୍ ମହାସଂଘ ବା ଫିଫା’ର ମୁଖ୍ୟ ଜିଆନି ଇନଫାଣ୍ଟିନୋ ଆସନ୍ତା ମାସରେ ଭାରତ ଆସିବେ। ଏହି ଅବସରରେ ଭାରତୀୟ ଫୁଟବଲ୍‌ର ଭବିଷ୍ୟତକୁ ନେଇ ବିଶେଷ ଚର୍ଚ୍ଚା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି‌ବେ। ସୋମବାର ଏଆଇଏଫ୍‌ଏଫ୍‌ କାର୍ଯ୍ୟକାରିଣୀ ବୈଠକ ଅବସରରେ ଏହି ତଥ୍ୟ ଉନ୍ମୋଚିତ ହୋଇଛି। ଇନଫାଣ୍ଟିନୋ ଅକ୍ଟୋବର ୧୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଭାରତରେ ଖେଳାଯିବାକୁ ଥିବା ୧୭ ବର୍ଷରୁ କମ୍ ମହିଳା ଫୁଟବଲ୍ ବିଶ୍ବକପ୍‌ର ଶେଷ ପର୍ଯ୍ୟାୟରେ ଭାରତ ଆସିବାର ସମ୍ଭାବନା ଅଧିକ। ଏହି ବୈଠକ ଏଆଇଏଫ୍‌ଏଫ୍‌ର ନୂଆ ସଭାପତି କଲ୍ୟାଣ ଚୌବେଙ୍କ ଅଧ୍ୟକ୍ଷତାରେ ବସିଥିଲା। ପଶ୍ଚିମବଙ୍ଗ ବାସିନ୍ଦା ଚୌବେ ପ୍ରଥମ ପୂର୍ବତନ ଭାରତୀୟ ଖେଳାଳି ଭାବେ ଏଆଇଏଫ୍‌ଏଫ୍‌ର ସଭାପତି ପଦ ଅଳଙ୍କୃତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe