ଫିଫା ବାଳିକା ବିଶ୍ବକପ୍‌: ଦର୍ଶକଙ୍କୁ ମିଳିଲା ଅନୁମତି

Advertisment

ଚଳିତ ମାସ ସୁଦ୍ଧା ସମସ୍ତ କାମ ସାରିବାକୁ ମୁଖ୍ୟ ସଚିବଙ୍କ ନି‌ର୍ଦେଶ

ଚଳିତ ମାସ ସୁଦ୍ଧା ସମସ୍ତ କାମ ସାରିବାକୁ ମୁଖ୍ୟ ସଚିବଙ୍କ ନି‌ର୍ଦେଶ

ଫିଫା ବାଳିକା ବିଶ୍ବକପ୍‌: ଦର୍ଶକଙ୍କୁ ମିଳିଲା ଅନୁମତି

ଭୁବନେଶ୍ବର : କ୍ରୀଡ଼ାରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ଛୁଇଁବାକୁ ଯାଉଛି। ଓଡ଼ିଶା ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌ ଆୟୋଜନ କରିବାକୁ ଯାଉଛି। ଭୁବନେଶ୍ବରସ୍ଥିତ କଳିଙ୍ଗ ‌ଷ୍ଟାଡିୟମରେ ଭାରତର ୩ଟି ପୁଲ୍‌ ମ୍ୟାଚ୍‌ ଯଥାକ୍ରମେ ଅକ୍ଟୋବର ୧୧, ୧୪ ଓ ୧୭ରେ ଖେଳାଯିବା ନେଇ ସୂଚୀ ପ୍ରସ୍ତୁତ ହୋଇଛି। ତେଣୁ ଏହି ପ୍ରତିଯୋଗିତା କିଭଳି ସୁରୁଖୁରୁରେ ଶେଷ ହେବ ସେଥିପାଇଁ ଶୁକ୍ରବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁ‌ଷ୍ଠିତ ହୋଇଯାଇଛି। ମ୍ୟାଚ୍‌ ଦେଖିବା ଲାଗି ଦର୍ଶକଙ୍କୁ ଅନୁମତି ନେଇ ଏହି ବୈଠକରେ ନିଷ୍ପତ୍ତି ହୋଇଛି। ଦର୍ଶକମାନେ ଅନ୍‌ଲାଇନ୍‌ ଟିକେଟ୍‌ https://india2022wwc.com/explore/c/fifa ସାଇଟ୍‌ରେ ଯାଇ କରିପାରିବେ।

ଏଥିସହ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗକୁ ନିର୍ଦେଶ ଦେଇଥିଲେ। ଏଥିସହ ଶ୍ରୀ ମହାପାତ୍ର ସ୍ୱାସ୍ଥ୍ୟ, ପରିମଳ, ସୁରକ୍ଷା ଏବଂ ଅଗ୍ନିଶମ ସେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ବୈଠକରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, କ୍ରୀଡ଼ା ସଚିବ ଆର୍‌ ଭିନିଲ କ୍ରିଷ୍ଣା, ପୁଲିସ ମହା‌ନିର୍ଦେଶକ ସୁନିଲ କୁମାର ବଂଶଲ, ଅର୍ଥ ବିଭାଗ ମୁଖ୍ୟ ସଚିବ ବିଶାଳ କୁମାର ଦେବ, ସୂଚନା ଓ ଲୋକ ସମ୍ପର୍କ ମୁଖ୍ୟ ସଚିବ ସଂଜୟ କୁମାର ସିଂହ, ହସ୍ତଶିଳ୍ପ, ହସ୍ତତନ୍ତ୍ର ଓ ବସ୍ତ୍ର ବିଭାଗ ସଚିବ ସୁଭା ଶର୍ମା, ଇଡ୍‌ଗୋ ସିଏମ୍‌ଡି ଭୂପେନ୍ଦର ସିଂହ ପୁନିଆ, ପୁଲିସ କମିସନର ଏସ୍‌କେ ପ୍ରିୟଦର୍ଶୀ, ପର୍ଯ୍ୟଟନ ନିର୍ଦେଶକ ସଚୀନ ରାମଚନ୍ଦ୍ର ଯାଦବ, ଫିଫା ଅଧିକାରୀ ରୋମା ଖାନ୍ନା, ଫିଫା ସ୍ଥାନୀୟ ଆୟୋଜକ ସମିତି ନିର୍ଦେଶକ ନନ୍ଦିନୀ ଆରୋରୋଙ୍କ ସମେତ କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe