ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍‌: ଆଜି ସ୍ପେନ୍‌-କଲମ୍ବିଆ ଫାଇନାଲ୍‌ ଲଢ଼େଇ

ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍‌: ଆଜି ସ୍ପେନ୍‌-କଲମ୍ବିଆ ଫାଇନାଲ୍‌ ଲଢ଼େଇ

ଭୁବନେଶ୍ବର: ଗତ ୧୧ ତାରିଖରୁ ଭୁବନେଶ୍ବର, ଗୋଆ ଓ ନଭି ମୁମ୍ବାଇରେ ଖେଳାଯାଉଥିବା ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍‌ ରବିବାର ସମାପ୍ତ ହେବ। ନଭି ମୁମ୍ବାଇର ଡିୱାଇ ପାଟିଲ୍‌ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଫାଇନାଲ୍‌ରେ ୟୁରୋପୀୟ ଶକ୍ତି ତଥା ୨୦୧୮ ବିଜେତା ସ୍ପେନ୍‌କୁ ଭେଟିବ ଦକ୍ଷିଣ ଆମେରିକୀୟ ଦେଶ କଲମ୍ବିଆ। ଏହି ମ୍ୟାଚ୍‌ ସନ୍ଧ୍ୟା ୮ଟାରେ ଆରମ୍ଭ ହେବ। ଏଥିପୂର୍ବରୁ ସନ୍ଧ୍ୟା ସାଢେ ୬ଟାରେ ନାଇଜେରିଆ ଓ ଜର୍ମାନି ମଧ୍ୟରେ ତୃତୀୟ ସ୍ଥାନ ପାଇଁ ମୁକାବିଲା ହେବ। ପୂର୍ବରୁ ଲିଗ୍‌ ପର୍ଯ୍ୟାୟରେ ଗ୍ରୁପ୍‌ ସି’ରେ ଦୁଇ ଫାଇନାଲିଷ୍ଟ ପରସ୍ପରକୁ ଭେଟିସାରିଛନ୍ତି। ସ୍ପେନ୍‌ ପ୍ରଥମ ମ୍ୟାଚ୍‌ରେ କଲମ୍ବିଆ ଓ ଚୀନ୍‌କୁ ୧-୦ ଲେଖାଏଁ ଗୋଲ୍‌ରେ ହରାଇ ସାରିଥିଲା‌ ବେଳେ ମେକ୍ସିକୋଠାରୁ ୧-୨ ଗୋଲ୍‌ରେ ହାରିଯାଇଥିଲା।

ସେହିପରି ସ୍ପେନ୍‌ଠୁ ପରାସ୍ତ ହୋଇଥିବା କଲମ୍ବିଆ ପରବର୍ତୀ ଦୁଇ ମ୍ୟାଚ୍‌ରେ ଚୀନ୍‌କୁ ୨-୦ ଓ ମେକ୍ସିକୋକୁ ୨-୧ ଗୋଲ୍‌ରେ ହରାଇଥିଲା। ଉଭୟ ଦଳ ୬ ପଏଣ୍ଟ ଲେଖାଏଁ ପାଇଥିଲେ ବି କଲମ୍ବିଆ ଗୋଲ୍‌ ବ୍ୟବଧାନରେ ଆଗରେ ରହି ଗ୍ରୁପ୍‌ ବିଜେତା ଓ ସ୍ପେନ୍‌ ଉପବିଜେତା ଭାବେ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲେ। କ୍ବାର୍ଟରରେ ସ୍ପେନ୍‌ ୨-୧ ଗୋଲ୍‌ରେ ଜାପାନ୍‌କୁ ପରାସ୍ତ କରିବା ପରେ ସେମିଫାଇନାଲ୍‌ରେ ଜର୍ମାନିକୁ ୧-୦ ଗୋଲ୍‌ରେ ହରାଇଥିଲା। ସେହିପରି କଲମ୍ବିଆ ୩-୦ ଗୋଲ୍‌ରେ ତାଞ୍ଜାନିଆକୁ ହରାଇବା ପରେ ସେମିଫାଇନାଲ୍‌ରେ ନାଇଜେରିଆକୁ ୬-୫ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ମାତ୍‌ ଦେଇ ଫାଇନାଲ୍‌ ଟିକେଟ ହାତେଇଥିଲା। ବିଶ୍ବକପ୍‌ରେ ପ୍ରଥମ ଥର ପାଦ ଥାପିଥିବା ଭାରତ ଲିଗ୍‌ ପର୍ଯ୍ୟାୟରୁ ସମସ୍ତ ୩ ମ୍ୟାଚ୍‌ ହାରି ବିଦାୟ ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe