ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମର ଶୁଭାରମ୍ଭ

ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର: ‘ସ୍ୱେଚ୍ଛାସେବୀମାନେ ହେଉଛନ୍ତି ଯେକୌଣସି ପ୍ରତିଯୋଗିତାରର ହୃଦୟ ଓ ପ୍ରାଣ’, ଏହା ହିଁ ଥିଲା ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌-୨୦୨୨ ପାଇଁ ସ୍ଥାନୀୟ ଆୟୋଜକ ସମିତି (ଏଲ୍‌ଓସି)ର ସ୍ପଷ୍ଟ ଆହ୍ୱାନ। କାରଣ ଭାରତର ପ୍ରଥମ ଫିଫା ମହିଳା ବିଶ୍ବକପ୍‌ ପ୍ରତିଯୋଗିତା ପାଇଁ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମକୁ ସୋମବାର ଶୁଭାରମ୍ଭ କରାଯାଇଛି। ଫିଫାର ଏହି ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ସମସ୍ତ ପୃଷ୍ଠଭୂମିର ଓ ସମସ୍ତ ବର୍ଗର ଲୋକମାନଙ୍କୁ ଆଗାମୀ ଫିଫା ମହିଳା ବିଶ୍ବକପ୍‌ର ଏକ ଅଂଶ ହେବା ପାଇଁ ନିଜକୁ ପଞ୍ଜୀକରଣ କରାଇବା ଲାଗି ପ୍ରୋତ୍ସାହିତ କରୁଛି। ଏହି ପ୍ରତିଯୋଗିତା ଭାରତରେ ଆସନ୍ତା ଅକ୍ଟୋବର ୧୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର, ଗୋଆ ଓ ନଭି ମୁମ୍ବାଇଠାରେ ଆୟୋଜିତ ହେବ।। ଇଚ୍ଛୁକ ବ୍ୟକ୍ତିମାନେ ୱେବ୍‌ସାଇଟ୍‌

https://volunteer.fifa.com/invite/fu17wwcindia2022କୁ ଯାଇ ଆବେଦନ କରିପାରିବେ। ଏହି ପ୍ରତିଯୋଗିତାରର ବିଭିନ୍ନ ବିଭାଗରେ ପ୍ରାୟ ୬୦୦ ସ୍ୱେଚ୍ଛାସେବୀ ପଦବୀ ଉପଲବ୍ଧ ରହିଛି ଏବଂ ଆବେଦନ ପାଇଁ ଶେଷ ତାରିଖ ୩୧ ଜୁଲାଇ ୨୦୨୨ ରହିଛି। ସ୍ୱେଚ୍ଛାସେବୀ ପଦ ପାଇଁ ଆବେଦନକାରୀଙ୍କ ବୟସ ୧୮ ବର୍ଷ କିମ୍ବା ତାହାଠାରୁ ଅଧିକ ହୋଇଥିବ, ଭାରତରେ ବାସ କରୁଥିବେ, ମୌଳିକ ଇଂରାଜୀ କହିବା ସହ ଦାୟିତ୍ୱବାନ ଓ କ୍ରୀଡ଼ା ପ୍ରତି ଆଗ୍ରହୀ ଥିବେ। ସେ ୧୧ରୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ ପ୍ରତିଯୋଗିତାରେ ଉପଲବ୍ଧ ରହିବା ନିଶ୍ଚିତ କରିବେ। ସେ ଗର୍ବ ଓ ସମ୍ମାନର ସହ ଏଭଳି ଏକ ଆନ୍ତର୍ଜାତୀୟ ପ୍ରତିଯୋଗିତାର ଆୟୋଜନରେ ଯୋଗଦାନ ଦେବା ଓ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌ର ପ୍ରତିନିଧିତ୍ୱ କରିବା ପାଇଁ ପ୍ରତିବଦ୍ଧ ରହିବା ନିତ୍ୟାନ୍ତ ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe