କଟକ: ଆସନ୍ତା ମାର୍ଚ ୪ ତାରିଖରୁ ବାରବାଟୀ ଷ୍ଟାଡିୟମରେ ଫିଫା ଯୁବ ଉନ୍ନୟନ କାର୍ଯ୍ୟକ୍ରମ ଓ ରିଫ୍ରେସର୍ସ ପାଠ୍ୟକ୍ରମ ଆରମ୍ଭ ହେବ। ସର୍ବଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫ୍ଏଫ୍) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ମହିଳା ଦଳର ୩୫ ଖେଳାଳିଙ୍କ ସହିତ ୩ ପ୍ରଶିକ୍ଷକ ଏବଂ ଭାରତର ବିଭିନ୍ନ ସ୍ଥାନରୁ ଅନ୍ୟ ୨୫ ପ୍ରଶିକ୍ଷକ ସାମିଲ ହେଉଛନ୍ତି। ଫିଫାର ସ୍ୱୀକୃତିପ୍ରାପ୍ତ ପ୍ରଶିକ୍ଷକ ତଥା ଏଏଫ୍ସି ବୈଷୟିକ ଅଧିକାରୀ ଅଞ୍ଜା ପଲୁସେଭିକ୍ ଏଥିରେ ପ୍ରଶିକ୍ଷଣ ଦେବେ ବୋଲି ଫାଓ ପକ୍ଷରୁ ସୂଚନା ଦିଆଯାଇଛି।
ମାର୍ଚ ୪ରୁ ଫିଫା ଉନ୍ନୟନ କାର୍ଯ୍ୟକ୍ରମ
Advertisment
Follow Us