ନିଜନୀ ନୋବଗୋରୋଦ(ରୁଷିଆ): ଭିଡିଓ ରେଫରାଲରୁ ପେନାଲ୍ଟି ଗୋଲ କରି ସ୍ୱିଡେନ ୧-୦ରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି। ଫିଫା ବିଶ୍ୱକପ୍ର ୨୧ତମ ସଂସ୍କରରେ ଗ୍ରୁପ-ଏଫ୍ର ପ୍ରଥମ ମ୍ୟାଚ୍ରେ ସ୍ୱିଡେନ୍ର ଅଧିନାୟକ ଆନ୍ଦ୍ରିୟାସ ଗ୍ରାକିବସ୍ତ ୬୫ ମିନିଟରେ ଏକମାତ୍ର ଗୋଲ ଦେଇଥିଲେ।
ଭିକ୍ଟର କ୍ଳାଏସନ୍ଙ୍କୁ ଦକ୍ଷିଣ କୋରିଆର ସ୍ଥାନାପନ୍ନ ଖେଳାଳି ମିନ ବୁ କିମ ୬୨ ମିନିଟରେ ଗୋଲ ଦେବାକୁ ଉଦ୍ୟମ କରି ବି ବିଫଳ ହୋଇଥିଲେ। ଗୋଲ ହୋଇଛି ବୋଲି ସେ ଜୋରଦାର ଅପିଲ କରିଥିଲେ ମଧ୍ୟ ମ୍ୟାଚ ରେଫରି ଜୋଏଲ ଆଗୁଇଲାର ପେନାଲ୍ଟି ପାଇଁ ସୂଚନା ଦେଇ ନଥିଲେ କିନ୍ତୁ ପରେ ଭିଡିଓ ସହାୟତା ପରେ ସେ ପେନାଲ୍ଟି ସୂଚନା ଦେଇଥିଲେ।
ସ୍ୱିଡେନ ପାଇଁ ଫୁଟ୍ବଲ ବିଶ୍ୱକପ୍ରେ ୧୨ ବର୍ଷ ପରେ ଏହା ଥିଲା ପ୍ରଥମ ଗୋଲ। ଏହା ପୂର୍ବରୁ ୨୦୦୬ ବିଶ୍ୱକପ୍ରେ ଇଂଲଣ୍ଡ ବିପକ୍ଷରେ ହେନରିକ ଲାର୍ସନ ଗୋଲ ଦେଇଥିଲେ। ସ୍ୱିଡେନ ଟିମ୍ ୨୦୧୦ ଓ ୨୦୧୪ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରି ନଥିଲା।
ଏହା ପୂର୍ବରୁ ଫ୍ରାନ୍ସ ଓ ପେରୁ ପାଇଁ ଭିଡିଓ ରେଫରାଲ ମାଧ୍ୟମରେ ପେନାଲ୍ଟି ମିଳି ଥିଲା। ସ୍ୱିଡେନ ପୂରା ମ୍ୟାଚରେ ଆକ୍ରମଣାତ୍ମକ ଶୈଳୀରେ ଖେଳିଥିବା ଦେଖାଯାଇଥିଲା କିନ୍ତୁ ଏହା ଟିମ୍ ପେନାଲ୍ଟି ମାଧ୍ୟମରେ ଗୋଲ ଦେଇଥିଲା। ଦକ୍ଷିଣ କୋରିଆର ଖେଳାଳିମାନେ ସ୍ୱିଡେନର ଖେଳାଳିମାନଙ୍କୁ ଅତିକ୍ରମ କରିପାରୁ ନଥିଲେ।
Follow Us