Hindustan Times
ଭୁବନେଶ୍ବର : ଭୁବନେଶ୍ବର, ମାର୍ଗୋଆ ଏବଂ ନଭି ମୁମ୍ବାଇଠାରେ ଅକ୍ଟୋବର ୧୧ରୁ ୩୦ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ଫିଫା ୧୭ ବର୍ଷରୁ କମ୍ ମହିଳା ଫୁଟବଲ୍ ବିଶ୍ବକପ୍ରେ ୧୩ଟି ଦେଶ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ଆୟୋଜକ ଭାବେ ଭାରତ ବିଶ୍ବକପ୍ ଖେଳିବା ଲାଗି ହକଦାର ହୋଇଥିଲା ବେଳେ ଚୀନ, ଜାପାନ, ନ୍ୟୁଜିଲାଣ୍ଡ, ଆମେରିକା, କାନାଡା, ମେକ୍ସିକୋ, ଚିଲି, ବ୍ରାଜିଲ, କଲମ୍ବିଆ, ଜର୍ମାନୀ, ସ୍ପେନ୍ ଓ ଫ୍ରାନ୍ସ ମଧ୍ୟ ଏହି ୧୬ ଦେଶୀୟ ପ୍ରତିଯୋଗିତା ଲାଗି ଟିକେଟ ହାସଲ କରି ନେଇଛନ୍ତି। ଅନ୍ୟ ତିନିଟି ଦେଶ କାମେରୁନ୍, ଇଥିଓପିଆ, ନାଇଜେରିଆ, ଘାନା ଏବଂ ମରକ୍କୋ ମଧ୍ୟରେ ଖେଳାଯିବାକୁ ଥିବା ଆଫ୍ରିକୀୟ ମହାଦେଶର ଯୋଗ୍ୟତା ପର୍ଯ୍ୟାୟରୁ ବଛାହେବେ। ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ର ଏହି ସପ୍ତମ ସଂସ୍କରଣକୁ ନେଇ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି। ସେଥିପାଇଁ ବ୍ରାଜିଲ, ଫାନ୍ସ ଏବଂ କଲମ୍ବିଆ ଭଳି ଦଳ ଭାରତ ଗସ୍ତ କରିବା ପୂର୍ବରୁ ନିଜ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍ରେ ପ୍ରତିଯୋଗିତାକୁ ନେଇ ଢେର ଉଲ୍ଲସିତ ଥିବା ପ୍ରକାଶ କରିଛନ୍ତି। ୨୦୧୮ରେ ଖେଳାଯାଇଥିବା ଏହି ପ୍ରତିଯୋଗିତାର ଷଷ୍ଠ ସଂସ୍କରଣରେ ସ୍ପେନ୍ ପ୍ରଥମ ଥର ପାଇଁ ବିଜେତା ଆଖ୍ୟା ଅର୍ଜନ କରିଥିଲା।
Follow Us