ସିଡ୍ନି: ଆସେସ୍ ଶୃଙ୍ଖଳାର ପଞ୍ଚମ ଟେଷ୍ଟ୍ରେ ଇଂଲଣ୍ଡର ୩୮୪ ଜବାବରେ ଅଷ୍ଟ୍ରେଲିଆ ଦ୍ବିତୀୟ ଦିନ ଷ୍ଟମ୍ପ୍ସ ବେଳକୁ ୨ ୱିକେଟ୍ ହରାଇ ୧୬୬ ରନ୍ କରି ଦୃଢ଼ ଜବାବ ଦେଇଛି। ଟ୍ରାଭିସ୍ ହେଡ୍ (୯୧*, ୮୭ ବଲ୍) ଶତକଠୁ ୯ ରନ୍ ଦୂରରେ ବ୍ୟାଟିଂ କରୁଥିଲା ବେଳେ ନେସର୍ ୧* ରନ୍ରେ ଅପରାଜିତ ରହିଛନ୍ତି। ଜ୍ୟାକ୍ ୱିଦରାଲ୍ଡ (୨୧ ରନ୍) ଓ ମାର୍ନସ ଲବୁସାନ (୪୮ ରନ୍) ଆଉଟ୍ ହୋଇଛନ୍ତି। ଉଭୟଙ୍କୁ ବେନ୍ ଷ୍ଟୋକ୍ସ ପ୍ୟାଭିଲିୟନ୍ ପଠାଇଥିଲେ।
Sad news again from the jatra world: ଯାତ୍ରା ଜଗତରୁ ପୁଣି ଆସିଲା ଦୁଃଖଦ ଖବର: ଆରପାରିକୁ ଚାଲିଗଲେ ଜ୍ଞାନ
୪୧ତମ ଶତକ ସହ ପଣ୍ଟିଂଙ୍କ ସମକକ୍ଷ ହେଲେ ରୁଟ୍
ସୋମବାର ସକାଳେ ଗତକାଲିର ସ୍କୋର୍ ୨୧୧/୩ରୁ ଖେଳ ଆରମ୍ଭ କରିଥିବା ଭ୍ରମଣକାରୀ ଇଂଲଣ୍ଡ ୧୫ ରନ୍ ଯୋଡ଼ି ହ୍ୟାରି ବ୍ରୁକ୍ (୮୪ ରନ୍)ଙ୍କୁ ହରାଇଥିଲା। ଦଳୀୟ ସ୍କୋର୍ ୨୨୯ରେ ଅଧିନାୟକ ବେନ୍ ଷ୍ଟୋକ୍ସ (୦)ଙ୍କୁ ଶସ୍ତାରେ ହରାଇଥିଲା। ତେବେ ଜୋ ରୁଟ୍ ଷଷ୍ଠ ୱିକେଟ୍ରେ ଜାମି ସ୍ମିଥ୍ (୪୮ ରନ୍)ଙ୍କ ସହ ୯୪ ରନ୍ ଯୋଡ଼ିବାରୁ ଦଳୀୟ ସ୍କୋର୍ ୩୦୦ ପାର୍ ହୋଇଥିଲା। ରୁଟ୍ ମଧ୍ୟ ଏହା ମଧ୍ୟରେ ନିଜର ୪୧ତମ ଟେଷ୍ଟ୍ ଶତକ ପୂରଣ କରିଥିଲେ। ଏଥିସହ ସେ ଅଗ୍ରଣୀ ଟେଷ୍ଟ୍ ଶତକ ତାଲିକାରେ ରିକି ପଣ୍ଟିଂଙ୍କ ସହ ସମକକ୍ଷ ହୋଇଥିଲେ। ସର୍ବାଧିକ ଟେଷ୍ଟ୍ ଶତକ ଭାରତୀୟ କିଂବଦନ୍ତି ସଚିନ ତେନ୍ଦୁଲକର (୫୧)ଙ୍କ ନାମରେ ଥିଲା ବେଳେ ତାଙ୍କ ପଛକୁ ଦକ୍ଷିଣ ଆଫ୍ରିକାର ଜ୍ୟାକ୍ କାଲିସ୍ (୪୫) ଅଛନ୍ତି। ସ୍ମିଥ୍ଙ୍କ ଆଉଟ୍ ପରେ ରୁଟ୍ ଓ ୱିଲ୍ ଜ୍ୟାକ୍ (୨୭ ରନ୍) ସପ୍ତମ ୱିକେଟ୍ରେ ୫୨ ରନ୍ର ଭାଗୀଦାର ଗଢ଼ି ସ୍କୋର୍ ୩୭୫ରେ ପହଞ୍ଚାଇଥିଲେ। ହେଲେ ଶେଷ ୪ ୱିକେଟ୍ ୯ ରନ୍ ଭିତରେ ଝଡ଼ିଯିବାରୁ ଦଳ ୩୮୪ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଏହି ଶେଷ ୪ ୱିକେଟ୍ରୁ ମାଇକେଲ ନେସର ୩ଟି ନେଇ ୪/୬୦ ସଫଳତା ପାଇଥିଲେ। ରୁଟ୍ (୧୬୦ ରନ୍) ନବମ ୱିକେଟ୍ ଭାବେ ପ୍ୟାଭିଲିୟନ୍ ଫେରିଥିଲେ।
Love & Firing: ପ୍ରେମ ପାଇଁ ଫୁଟିଲା ଗୁଳି, ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
ସଂକ୍ଷିପ୍ତ ସ୍କୋର୍: ଇଂଲଣ୍ଡ ୯୭.୩ ଓଭରରେ ୩୮୪ (ଜୋ ରୁଟ୍ ୧୬୦, ହ୍ୟାରି ବ୍ରୁକ୍ ୮୪, ଜାମି ସ୍ମିଥ୍ ୪୮, ମାଇକେଲ୍ ନେସର ୪/୬୦, ସ୍କଟ୍ ବୋଲାଣ୍ଡ ୨/୮୫, ମିଚେଲ ଷ୍ଟାର୍କ ୨/୯୩)। ଅଷ୍ଟ୍ରେଲିଆ ୩୪.୧ ଓଭରରେ ୧୬୬/୨ (ଟ୍ରାଭିସ୍ ହେଡ୍ ୯୧*, ମାର୍ନସ ଲବୁସାନ ୪୮, ବେନ୍ ଷ୍ଟୋକ୍ସ ୨/୩୦)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/06/fhfshfsxvbvb-2026-01-06-01-14-01.jpg)