ଏଫ୍‌ଆଇଜି ଆପାରଟ୍ସ ବିଶ୍ୱକପ୍: ଭାରତୀୟ ଦଳରେ ଏଏମ୍ଏନ୍ଏସ୍ ଓଡ଼ିଶା ଏଚ୍‌ପିସିରୁ ୪

Advertisment

ସମ୍ମାନଜନକ ଏଫ୍‌ଆଇଜି ଆପାରଟ୍ସ ବିଶ୍ବକପ୍ ୨୦୨୫ ଶୃଙ୍ଖଳାରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ ଉଚ୍ଚପ୍ରଦର୍ଶନ କେନ୍ଦ୍ର (ଏଚ୍‌ପିସି)ର ୪ ଜଣ ଖେଳାଳି ଭାରତୀୟ ଦଳରୁ ପ୍ରତିନିଧିତ୍ବ କରୁଛନ୍ତି। ପୁରୁଷ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ (ଏମ୍ଏଜି) ବର୍ଗରେ ତପନ ମହାନ୍ତି....

ସମ୍ମାନଜନକ ଏଫ୍‌ଆଇଜି ଆପାରଟ୍ସ ବିଶ୍ବକପ୍ ୨୦୨୫ ଶୃଙ୍ଖଳାରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ ଉଚ୍ଚପ୍ରଦର୍ଶନ କେନ୍ଦ୍ର (ଏଚ୍‌ପିସି)ର ୪ ଜଣ ଖେଳାଳି ଭାରତୀୟ ଦଳରୁ ପ୍ରତିନିଧିତ୍ବ କରୁଛନ୍ତି। ପୁରୁଷ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ (ଏମ୍ଏଜି) ବର୍ଗରେ ତପନ ମହାନ୍ତି....

nnjh55

ଭୁବନେଶ୍ୱର: ସମ୍ମାନଜନକ ଏଫ୍‌ଆଇଜି ଆପାରଟ୍ସ ବିଶ୍ବକପ୍ ୨୦୨୫ ଶୃଙ୍ଖଳାରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ ଉଚ୍ଚପ୍ରଦର୍ଶନ କେନ୍ଦ୍ର (ଏଚ୍‌ପିସି)ର ୪ ଜଣ ଖେଳାଳି ଭାରତୀୟ ଦଳରୁ ପ୍ରତିନିଧିତ୍ବ କରୁଛନ୍ତି। ପୁରୁଷ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ (ଏମ୍ଏଜି) ବର୍ଗରେ ତପନ ମହାନ୍ତି ଓ ତପେଶ୍ବରନାଥ ଦାସ ପ୍ରତିନିଧିତ୍ୱ କରିଥିଲେ। ମହିଳା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ (ଡବ୍ଲ୍ୟୁଏଜି) ବର୍ଗରେ ପ୍ରଣତି ନାୟକ ଓ କରିସ୍ମା ରାଜପୁତ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ଚଳିତ ମାସ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଆଜରବାଇଜାନର ବାକୁଠାରେ ଅନୁଷ୍ଠିତ ଫ୍ଲୋର୍ ବ୍ୟାୟାମ/ଷ୍ଟିଲ୍ ରିଙ୍ଗ୍ସ ଇଭେଣ୍ଟରେ ତପନ ମହାନ୍ତି ଯୋଗ୍ୟତା ପର୍ଯ୍ୟାୟରେ ୮.୯୩୩ ସ୍କୋର ସହ ଫାଇନାଲ୍‌ରେ ଅଷ୍ଟମ ସ୍ଥାନରେ ରହିଥିଲେ। ଚଳିତ ମାସ ୨୦ରୁ ୨୩ ପର୍ଯ୍ୟନ୍ତ ତୁର୍କିର ଆଣ୍ଟାଲିଆଠାରେ ଆୟୋଜିତ ହେବାକୁ ଥିବା ମହିଳା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ (ଡବ୍ଲ୍ୟୁଏଜି) ବର୍ଗରେ ପ୍ରଣତି ଓ କରିସ୍ମା ଯଥାକ୍ରମେ ଭଲ୍ଟ ଓ ବାଲାନ୍ସ ବିମ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

ସୂଚନାଯୋଗ୍ୟ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଜାତୀୟ ଜିମ୍ନାଷ୍ଟିକ୍ ପ୍ରଶିକ୍ଷଣ ଶିବିର ଚାଲିଛି। ଏହା ଗତ ମାସ ୨୬ରୁ ଆରମ୍ଭ ହୋଇଛି ଏବଂ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ଏଚ୍‌ପିସିର ମୁଖ୍ୟ ପ୍ରଶିକ୍ଷକ ଅଶୋକ ମିଶ୍ରଙ୍କୁ ଏମ୍‌ଏଜିର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଏହାବ୍ୟତୀତ ଏଚ୍‌ପିସିର ପ୍ରଶିକ୍ଷକ ସିନୋଜ ମୁଲିୟିଲଙ୍କୁ ଜାତୀୟ ପ୍ରଶିକ୍ଷଣ ଶିବିର ପାଇଁ ଡବ୍ଲ୍ୟୁଏଜିର ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି।  ଏହି ଉପଲବ୍ଧିଗୁଡ଼ିକ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ଏଚ୍‌ପିସିରେ ପ୍ରଦାନ କରାଯାଇଥିବା ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଏବଂ ସମଗ୍ର ବିକାଶ ଉପରେ ଆଲୋକପାତ କରିଥାଏ, ଯାହା କି ଯୁବ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଭାରତରେ ଜିମ୍ନାଷ୍ଟିକ୍ସ ଖେଳକୁ ଉନ୍ନତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତୃଣମୂଳସ୍ତରର କ୍ରୀଡ଼ାବିତ୍‌ଙ୍କ ପାଇଁ ପୁରୀ, ଜୟପୁର ଓ ରାଉରକେଲାରେ  ୩ଟି ‘ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ ଏକାଡେମୀ ସ୍ଥାପନ କରିଛି। ଏଏମ୍/ଏନ୍ଏସ୍ ଇଣ୍ଡିଆର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ‘ଉଡାନ୍’ ଅଧୀନରେ ଏହି କାର୍ଯ୍ୟକ୍ରମ ପରିଚାଳିତ। କଂପାନି ଆନ୍ତର୍ଜାତିକ ଓ ଜାତୀୟ ଜିମ୍ନାଷ୍ଟିକ୍ ପ୍ରଶିକ୍ଷକଙ୍କ ଦ୍ୱାରା ପ୍ରତିବର୍ଷ ୩୬୦ ଜଣ କ୍ରୀଡ଼ାବିତ୍‌ଙ୍କୁ  ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଦେବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe