ଜାବାଜଙ୍କ ସହ ବାଜ୍‌

Advertisment
ଜାବାଜଙ୍କ ସହ ବାଜ୍‌

କୋଲ୍‌କାତା: ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ୍‌ ପୂର୍ବରୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ଏକ ଫଟୋ ସୁଟ୍‌ର କାର୍ଯ୍ୟକ୍ରମ ଶେଷ ହୋଇଛି। ଏଥିରେ ଭାରତୀୟ ତାରକା ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମ୍‌ରା, ହାର୍ଦିକ ପାଣ୍ଡ୍ୟା ଓ ଅନ୍ୟ ଖେଳାଳିଙ୍କ ସହ ଉଦୀୟମାନ ତାରକା ରିଙ୍କୁ ସିଂହ ଯୋଗ ଦେଇଥିଲେ। ଏହି ସମୟରେ ରିଙ୍କୁ ଇଂଲଣ୍ଡର ମୁଖ୍ୟ ମୁଖ୍ୟ ପ୍ରଶିକ୍ଷକ ବ୍ରେଣ୍ଡନ ମ୍ୟାକଲମଙ୍କ ସହ ଯୋଡ଼ି ହୋଇଥିଲେ। ଉଭୟଙ୍କ ଏକ ଫଟୋକୁ ‌ରିଙ୍କୁଙ୍କ ଆଇପିଏଲ୍‌ ଦଳ କୋଲ୍‌କାତା ନାଇଟ୍‌ ରାଇଡର୍ସ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛି। ଏହାର ଶିରୋନାମରେ ଲେଖିଛି, ‘ଆମ ଜାବାଜ୍‌ ସହ ବାଜ୍‌’। ଡାକ ନାମ ବାଜ୍‌ରେ ପରିଚିତ ମ୍ୟାକଲମ ୨୦୧୮ରେ କେକେଆର୍‌ ସହ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe