ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ହକି: ଭାରତୀୟ ପୁରୁଷ ହକି ଦଳର ବୋନସ୍ ପଏଣ୍ଟ ବିଜୟ, ହାରିଲେ ଭାରତୀୟ ମହିଳା

ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ହକି: ଭାରତୀୟ ପୁରୁଷ ହକି ଦଳର ବୋନସ୍ ପଏଣ୍ଟ ବିଜୟ, ହାରିଲେ ଭାରତୀୟ ମହିଳା

ଅନ୍ତ୍ବର୍ପ: ଏଏଫଆଇଏଚ୍‌ ପ୍ରୋ ଲିଗ୍‌ରେ ଶନିବାର ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍ ସ୍ବର୍ଣ୍ଣ ବିଜେତା ବେଲଜିୟମ୍‌ ବିପକ୍ଷରେ ବୋନସ୍ ପଏଣ୍ଟ ସହ ଜିତି ଚମତ୍କାର ସଫଳତା ଅର୍ଜନ କରିଛି। ଗୋଲରକ୍ଷକ ପିଆର ଶ୍ରୀଜେଶଙ୍କ ପ୍ରଶଂସନୀୟ ପ୍ରଦର୍ଶନ କାରଣରୁ ଏହା ସମ୍ଭବ ହୋଇଛି। ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ୩-୩ ଗୋଲ୍‌ରେ ଶେଷ ହୋଇଥିଲା। ସୁଟ୍‌ ଆଉଟ୍‌ରେ ଭାରତ ୫-୪ରେ ବିଜୟୀ ହୋଇଥିଲା। ନିର୍ଦ୍ଧାରିତ ସମୟରେ ଭାରତ ପାଇଁ ୩ ସିଂହ ସାଙ୍ଗିଆଧାରି ସାମସେର, ହର୍ମନପ୍ରୀତ୍, ଜର୍ମାନପ୍ରୀତ୍ ଗୋଲ୍ ଦେଇଥିଲେ। ବିଜୟ ସହିତ ଭାରତକୁ ୨ ପଏଣ୍ଟ ଏବଂ ବେଲଜିୟମ୍‌କୁ ୧ ପଏଣ୍ଟ ମିଳିଛି।

ହାରିଲେ ଭାରତୀୟ ମହିଳା

ଅ‌େନ୍ତର୍ପ: ବେଲଜିୟମ ବିପକ୍ଷ ଯୁଗଳ ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ହକି ପ୍ରତିଯୋଗିତାର ପ୍ରଥମ ମୁକାବିଲାରେ ଭାରତୀୟ ମହିଳା ଦଳ ୧-୨ ଗୋଲ୍‌ରେ ପରାଜିତ ହୋଇଛି। ଭାରତର ଏହି ପରାଜୟ ପରେ ଆର୍ଜେଣ୍ଟିନା ଚଳିତ ଏଫ୍‌ଆଇଏଚ୍ ମହିଳା ପ୍ରୋ ଲିଗ୍ ହକିର ବିଜେତା ହେବା ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି। ଏହି ରୋମାଞ୍ଚକ ମୁକାବିଲାରେ ବେଲିଜୟମ ନେଲେନଙ୍କ ତୃତୀୟ ମିନିଟ୍ ଗୋଲ୍ ବଳରେ ଆଗୁଆ ହୋଇଥିଲା। ଏହା ପରେ ୩୫ତମ ମିନିଟ୍‌ରେ ଆମ୍ବ୍ରେ ବଲେନଘେନଙ୍କ ଗୋଲ୍ ବଳରେ ମ୍ୟାଚ୍‌କୁ ନିୟନ୍ତ୍ରଣକୁ ନେଇଥିଲା। ଶେଷ ଦୁଇ କ୍ବାର୍ଟରରେ ଘନଘନ ପାଲଟା ଆକ୍ରମଣ କରିଥିବା ଭାରତୀୟ ମହିଳା ଦଳ ୪୮ ମିନିଟ୍‌ରେ ଲାଲରେମସିଆମୀଙ୍କ ମାଧ୍ୟମରେ ମାତ୍ର ଗୋଟିଏ ଗୋଲ୍ ଶୁଝିବାକୁ ସକ୍ଷମ ହୋଇଥିଲା। ପୂର୍ବତନ ଅଧିନାୟିକା ରାଣୀ ରାମପାଲ ଶନିବାର ନିଜ ଖେଳ ଜୀବନର ୨୫୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe