ଏଫଆଇଏଚ୍‌ ପ୍ରୋ ଲିଗ୍‌ରେ ଆଜି ଭାରତ-ନେଦରଲାଣ୍ଡ୍ସ

Advertisment
ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ନେଦରଲାଣ୍ଡ୍ସଠୁ ପୁଣି ହାରିଲା ଭାରତ

nsideSport

ରୋଟରଡାମ୍‌ : ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ପଦକ ଆଶାରେ ଥିବା ଭାରତୀୟ ହକି ଦଳ ଶନିବାର ଏଫଆଇଏଚ୍‌ ପ୍ରୋ ଲିଗ୍‌ରେ ଶକ୍ତିଶାଳୀ ନେଦରଲାଣ୍ଡ୍ସ ସହ ଖେଳିବ। ନିଜ ଦୁର୍ବଳତାକୁ ସୁଧାରିବା ଲାଗି ଭାରତୀୟ ଦଳ ଆଉ ଏକ ସୁଯୋଗ ପାଇବ। ଗତ ସପ୍ତାହରେ ଅନ୍ତ୍ବର୍ପରେ ଟୋକିଓ ଅଲିମ୍ପିକ୍ସ ବିଜେତା ବେଲଜିୟମ୍‌କୁ ସୁଟ୍‌ଆଉଟ୍‌ ୫-୪ (୩-୩)ରେ ହରାଇଥିବା ଭାରତ ଏହା ପରେ ୨-୩ରେ ହାରିଯାଇଥିଲା। ଫଳରେ ଏବେ ଏଫଆଇଏଚ୍‌‌‌ ପ୍ରୋ ଲିଗ୍‌ରେ ୧୪ ମ୍ୟାଚ୍‌ରୁ ୨୯ ପଏଣ୍ଟ ସହ ତୃତୀୟକୁ ଖସିଆସିଛି। ବେଲଜିୟମ୍‌ ୧୪ ମ୍ୟାଚ୍‌ରୁ ୩୧ ପଏଣ୍ଟ ଏବଂ ନେଦରଲାଣ୍ଡ୍ସ ୧୨ ମ୍ୟାଚ୍‌ରୁ ସମାନ ୩୧ ପଏଣ୍ଟ୍ ପାଇ ସମାନ ସ୍ଥିତିରେ ରହିଛନ୍ତି।

ଭାରତ ଏବେ ଶୀର୍ଷକୁ ଉଠିବା ସମ୍ଭାବନା କ୍ଷୀଣ ଥିବାରୁ କେବଳ ବିଜୟ ସହ ଉଚ୍ଚ ମନୋବଳରେ ଅଭିଯାନ ଶେଷ କରିବା ଆଶା ରଖିଛି। ବିଶ୍ବର ୩ ନମ୍ବର ତଥା ବିଶ୍ବ କପ୍‌ ଉପ ବିଜେତା ନେଦରଲାଣ୍ଡ୍ସ ବିପକ୍ଷ ଏହି ଯୁଗଳ ମୁକାବିଲା ନିଶ୍ଚିତ ଭାରତ ପାଇଁ ଆହ୍ବାନଭରା ରହିବ। ତେବେ‌ ବିଶ୍ବର ଏକ ନମ୍ବର‌ ବେଲଜିୟମ୍‌ ବିପକ୍ଷରେ ବିଜୟ ପାଇଥିବାରୁ ଅମିତ ରୋହିଦାସଙ୍କ ଦଳ ନିଶ୍ଚିତ ଆତ୍ମବିଶ୍ବାସରେ ଥିବ। ଅନ୍ୟପକ୍ଷରେ ଭାରତୀୟ ମହିଳା ଦଳ ମଧ୍ୟ ଶନିବାର ଆର୍ଜେଣ୍ଟିନା ବିପକ୍ଷରେ ମୁକାବିଲା କରିବ। ଗତ ଗପ୍ତାହରେ ଅନ୍ତ୍ବର୍ପରେ ଭାରତୀୟ ମହିଳା ଦଳ ବେଲଜିୟମ୍‌ଠାରୁ ଉଭୟ ମୁକାବିଲାକୁ ଯଥାକ୍ରମେ ୧-୨ ଓ ୦-୫ରେ ହାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe