Olympics
ଭୁବନେଶ୍ବର: ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକିର ଜର୍ମାନୀ ବିପକ୍ଷ ଯୁଗଳ ଲଢ଼େଇର ପ୍ରଥମ ମୁକାବିଲାରେ ଗୁରୁବାର ଭାରତ ଏକତରଫା ଭାବେ ୩-୦ ଗୋଲ୍ରେ ବିଜୟୀ ହୋଇଛି। ତା’ ସହ ଏକାଦଶ ମ୍ୟାଚ୍ରୁ ସପ୍ତମ ବିଜୟ ସହ ୨୪ ପଏଣ୍ଟ୍ ଅର୍ଜନ କରି ତାଲିକାର ପ୍ରଥମ ସ୍ଥାନରେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରି ନେଇଛି। ଅନ୍ୟପକ୍ଷରେ ଜର୍ମାନୀ ନବମ ମ୍ୟାଚ୍ରୁ ତୃତୀୟ ପରାଜୟ ବରଣ କରି ୧୭ ପଏଣ୍ଟ୍ ସହ ଦ୍ବିତୀୟ ସ୍ଥାନରେ ପୂର୍ବଭଳି ଅପରିବର୍ତ୍ତିତ ରହିଛି।
ଆଜିର ମୁକାବିଲାରେ ଭାରତ ତା’ର ତିନିଟି ଯାକ ଗୋଲ୍ ପେନାଲ୍ଟି କର୍ଣ୍ଣରରୁ ଅର୍ଜନ କରିଥିଲା। ଓଡ଼ିଆ ତାରକା ଅମିତ ରୋହିଦାସଙ୍କ ଅଧିନାୟକତ୍ବରେ ଖେଳିଥିବା ଭାରତୀୟ ଦଳ ୧୮ ମିନିଟ୍ରେ ହର୍ମନପ୍ରୀତ ସିଂହଙ୍କ ଗୋଲ୍ ବଳରେ ଆଗୁଆ ହୋଇଥିଲା। ଏହାର ୧୧ ମିନିଟ୍ ପରେ ଅର୍ଥାତ୍ ୨୭ ମିନିଟ୍ରେ ହର୍ମନପ୍ରୀତ ବ୍ୟକ୍ତିଗତ ଭାବେ ଓ ମ୍ୟାଚ୍ର ଦ୍ବିତୀୟ ଗୋଲ୍ ଦେଇ ଭାରତର ସ୍ଥିତିକୁ ସୁଦୃଢ଼ କରି ନେଇଥିଲେ। ଭାରତ ପକ୍ଷରୁ ତୃତୀୟ ତଥା ଶେଷ ଗୋଲ୍ ୪୫ ମିନିଟ୍ରେ ଅଭିଷେକ ଦେଇଥିଲେ। ଅନ୍ୟତମ ଓଡ଼ିଆ ତାରକା ଶିଳାନନ୍ଦ ଲାକ୍ରା ମଧ୍ୟ ଏହି ମ୍ୟାଚ୍ରେ ନିଜ ଯାଦୁ ଦେଖାଇଥିଲେ।
Follow Us