ଗ୍ରେଟ୍ ବ୍ରିଟେନ୍: ପ୍ରଥମ ମ୍ୟାଚ୍ରେ ବେଲଜିୟମ୍ଠୁ ପରାଜିତ ହୋଇଥିବା ଭାରତ ଏଠାରେ ଖେଳାଯାଇଥିବା ଏଫ୍ଆଇଏଚ୍ ପ୍ରୋ ଲିଗ୍ର ଦ୍ବିତୀୟ ମୁହାଁମୁହିଁରେ ପ୍ରତିଶୋଧ ନେବାରେ ସଫଳ ହୋଇଛି। ପ୍ରଥମ ମିନିଟ୍ରେ ବିବେକ ସାଗର ପ୍ରସାଦ ଗୋଲ୍ ଆରମ୍ଭ କରିବା ସହ ଅଧିନାୟକ ହର୍ମନପ୍ରୀତ ସିଂହ ୨୦ ମିନିଟ୍ରେ ଦ୍ବିତୀୟ ଓ ୮ ମିନିଟ୍ ପରେ ଅମିତ ରୋହିଦାସ (୨୮ ମିନିଟ୍) ତୃତୀୟ ଗୋଲ୍ ଦେଇ ଦଳକୁ ଆଗୁଆ ରଖିଥିଲେ। କିନ୍ତୁ ଗୋଲ୍ ବର୍ଷା ଜାରି ରଖି ହର୍ମନପ୍ରୀତ (୨୯ ମିନିଟ୍) ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍ ଦେଇ ଦ୍ବିତୀୟ କ୍ବାର୍ଟର ସୁଦ୍ଧା ଭାରତକୁ ୪-୦ ରେ ଅଗ୍ରଣୀ ରଖିଥିଲେ। ତୃତୀୟ କ୍ବାର୍ଟର ଗୋଲଶୂନ୍ୟ ରହିବା ପରେ ଚତୁର୍ଥ କ୍ବାର୍ଟରରେ ବେଲଜିୟମ ଗୋଟିଏ ଗୋଲ୍ ପରିଶୋଧ କରିବାକୁ ସକ୍ଷମ ହୋଇଥିଲା। ୪୫ ମିନିଟ୍ରେ ୱିଲିୟମ୍ ଘିସ୍ଲେନ୍ ଏହି ଗୋଲ ଦେଇଥିଲେ। ଖେଳ ଶେଷ ହେବାର ୧ ମିନିଟ୍ ପୂର୍ବରୁ ଦୀଲପ୍ରୀତ ସିଂହ ଦଳର ପଞ୍ଚମ ଗୋଲ୍ ଦେଇ ଭାରତର ବିଜୟ ମୁଣ୍ଡି ମାରିଥିଲେ। ଏଥିପୂର୍ବରୁ ମେ’ ୨୬ ତାରିଖରେ ଉଭୟ ଦଳଙ୍କ ମଧ୍ୟରେ ହୋଇଥିବା ମୁକାବିଲାରେ ବେଲଜିୟମ୍ ୨-୧ ଗୋଲ୍ରେ ବିଜୟୀ ହୋଇଥିଲା। ଶନିବାର ଭାରତର ପରବର୍ତ୍ତୀ ମୁକାବିଲା ଗ୍ରେଟ୍ ବ୍ରିଟେନ୍ ସହିତ ହେବ।
ଏଫ୍ଆଇଏଚ୍ ପ୍ରୋ ଲିଗ୍: ବେଲଜିୟମ୍ଠୁ ପ୍ରତିଶୋଧ ନେଲା ଭାରତ
Advertisment
Follow Us