ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆର୍ଜେଣ୍ଟିନାକୁ ସ୍ତବ୍ଧ କଲେ ଭାରତୀୟ ମହିଳା

Advertisment

ନେଦରଲାଣ୍ଡ୍ସଠୁ ହାରିଲେ ପୁରୁଷ

ନେଦରଲାଣ୍ଡ୍ସଠୁ ହାରିଲେ ପୁରୁଷ

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆର୍ଜେଣ୍ଟିନାକୁ ସ୍ତବ୍ଧ କଲେ ଭାରତୀୟ ମହିଳା

ରୋଟରଡାମ (ନେଦରଲାଣ୍ଡ୍ସ): ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ଶନିବାର ମୁକାବିଲାରେ ବିଶ୍ବ ମାନ୍ୟତାର ଦ୍ବିତୀୟ ସ୍ଥାନରେ ଥିବା ଆର୍ଜେଣ୍ଟିନାକୁ ସ୍ତବ୍ଧ କରିଛି ଭାରତୀୟ ମହିଳା ହକି ଦଳ। ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାର ନିର୍ଦ୍ଧାରିତ ସମୟରେ ଉଭୟ ଦଳ ତିନିଟି ଲେଖାଏଁ ଗୋଲ୍ ଦେଇ ବରାବର ସ୍ଥିତିରେ ରହିଥିଲେ। ଏହା ପରେ ଅନୁଷ୍ଠିତ ‌ସୁଟ୍‌ଆଉଟ୍‌ରେ ରୋମାଞ୍ଚକର ଭାବେ ୨-୧ ଗୋଲ୍‌ରେ ଅଲିମ୍ପିକ୍‌ ରୌପ୍ୟ ବିଜୟିନୀ ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ହରାଇ ଭାରତ ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଥିଲା।
ଶନିବାର ନିର୍ଦ୍ଧାରିତ ସମୟରେ ଭାରତ ପାଇଁ ଗୁରଜିତ କୌର (୩୭ ଓ ୫୧ ମିନିଟ୍) ଦୁଇଟି ଗୋଲ୍ ଦେଇଥିଲା ବେଳେ ଲାଲରେମସିଆମୀ (୪ ମିନିଟ୍) ଗୋଟିଏ ଗୋଲ୍ କରିଥିଲେ। ଅନ୍ୟପକ୍ଷରେ ଆର୍ଜେଣ୍ଟିନା ପକ୍ଷରୁ ତିନିଟି ଯାକ ଗୋଲ୍ ଅଗସ୍ତିନା ଗର୍ଜେଲାନି (୨୨, ୪୭, ୪୫ ମିନିଟ୍) ଅର୍ଜନ କରିଥିଲେ। ସୁଟଆଉଟ୍‌ରେ ଭାରତ ପାଇଁ ନେହା ଓ ସୋନିକା ସଫଳ ହୋଇଥିଲେ। ସେପଟେ ଆର୍ଜେଣ୍ଟିନାର ମାତ୍ର ଜଣେ ଖେଳାଳି ଭାରତୀୟ ଗୋଲ୍ ପୋଷ୍ଟ ଭେଦ କରିବାକୁ ସକ୍ଷମ ହୋଇଥିଲେ। ନେହା ଆଜି ତାଙ୍କ ଖେଳ ଜୀବନର ଶତକୀୟ ମ୍ୟାଚ୍ ଖେଳିଥିଲେ। ନିର୍ଣ୍ଣାୟକ ଗୋଲ୍ ଦେଇ ଏହାକୁ ମଧ୍ୟ ସ୍ମରଣୀୟ କରିଥିଲେ।

ଭାରତୀୟ ପୁରୁଷ ଦଳ ଶନିବାର ନେଦରଲାଣ୍ଡ୍ସ ବିପକ୍ଷ ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍‌କୁ ସୁଟଆଉଟ୍‌ ୪-୧ (୨-୨) ଗୋଲ୍‌ରେ ହାରିଥିଲା। ତେବେ ଲଢ଼ୁଆ ଖେଳ ଖେଳି ସମସ୍ତଙ୍କ ମନ ଜିତି ନେଇଥିଲା। ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାର ନିର୍ଦ୍ଧାରିତ ସମୟରେ ଉଭୟ ଭାରତ ଏବଂ ନେଦରଲାଣ୍ଡ୍ସ ଦୁଇଟି ଲେଖାଏଁ ଗୋଲ୍ ଦେଇଥିଲେ। ତେବେ ସୁଟଆଉଟ୍‌ରେ ନେଦରଲାଣ୍ଡ୍ସ ବାଜି ମାରି ନେଇଥିଲା। ନିର୍ଦ୍ଧାରିତ ସମୟର ଶେଷ ମିନିଟ୍ ପର୍ଯ୍ୟନ୍ତ କିନ୍ତୁ ଭାରତ ୧-୨ରେ ପଛୁଆ ରହିଥିଲା। ତେବେ ୨୩ ସେକେଣ୍ଡ୍‌ରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ରୂପାନ୍ତର କରି ଭାରତ ନେଦରଲାଣ୍ଡ୍ସ ବିଜୟକୁ ସାମୟିକ ଭାବେ ରୋକି ଦେଇଥିଲା। ଭାରତ ପାଇଁ ଏହି ଗୋଲ୍‌ଟି ହରମନପ୍ରୀତ ସିଂହ ଦେଇଥିଲେ। ଭାରତ ପାଇଁ ପ୍ରଥମ ଗୋଲ୍‌ଟି ଦୀଲପ୍ରୀତ ସିଂହ ୨୧ ମିନିଟ୍‌ରେ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe