କଳିଙ୍ଗ ଷ୍ଟାଡିୟମରେ ପୁନଃନିର୍ମିତ ହକି କମ୍ପ୍ଲେକ୍ସର ନିର୍ମାଣ ସୁରକ୍ଷା ପ୍ରମାଣପତ୍ର ଅନ୍ତର୍ଜାତୀୟ ହକି ଫେଡେରେସନ (ଏଫ୍ଆଇଏଚ୍) ମାଗିଛି। ପୂର୍ତ୍ତ ବିଭାଗ ଏହି ହକି କମ୍ପ୍ଲେକ୍ସ ନିର୍ମାଣ କରିଥିବାରୁ ଖୁବ୍ ଶୀଘ୍ର ଏହାର ନିରାପତ୍ତା ପ୍ରମାଣପତ୍ର ପ୍ରଦାନ କରିବାକୁ କ୍ରୀଡ଼ା ସଚିବ ବିଶାଲ ଦେବ ସୋମବାର ପୂର୍ତ୍ତ ସଚିବ ନଳିନୀ ପ୍ରଧାନଙ୍କୁ ଚିଠି ଲେଖିଛନ୍ତି। ସେହିପରି ହକି ବିଶ୍ବକପ୍ର ସାମଗ୍ରିକ ପରିଚାଳନା ଏବଂ ସଂଯୋଜନା ଦାୟିତ୍ବ ପୂର୍ତ୍ତ ବିଭାଗର ହୋଇଥିବାରୁ ଉଦ୍ଘାଟନୀ ଉତ୍ସବ ସମେତ ଖେଳ ଶେଷ ହେବା ପର୍ଯ୍ୟନ୍ତ ଏହି ସମୟରେ ବିଦ୍ୟୁତ ସରବରାହ ଯେପରି ବ୍ୟାହତ ନହୁଏ ସେଥିପାଇଁ ଅାବଶ୍ୟକୀୟ ଡିଜି ସେଟ୍ ଭଡ଼ାରେ ଆଣିବାକୁ ପୂର୍ତ୍ତ ବିଭାଗକୁ କୁହାଯାଇଛି। ନଭେମ୍ବର ୨୭ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଆବଶ୍ୟକୀୟ ଡିଜି ସେଟ୍ ମୁତୟନ ହେବ। ଷ୍ଟାଡିୟମରେ ଏହି ୨୦ ଦିନ ୨୪ ଘଣ୍ଟିଆ ବିଦ୍ୟୁତ ସରବରାହ ହେବ। ତେଣୁ ହକି ବିଶ୍ବକପ୍ ଆରମ୍ଭ ହେବା ପୂର୍ବରୁ ଏନେଇ ପୂର୍ତ୍ତ ବିଭାଗ ସୁନିଶ୍ଚିତ କରିବାକୁ କୁହାଯାଇଛି।
ହକି କମ୍ପ୍ଲେକ୍ସ ସୁରକ୍ଷା ପ୍ରମାଣପତ୍ର ମାଗିଲା ଏଫ୍ଆଇଏଚ୍
Advertisment
Follow Us