Scroll.in
ଭୁବନେଶ୍ୱର : ଏଫଆଇଏଚ ପୁରୁଷ ସିରିଜ୍ ଫାଇନାଲ୍ ପ୍ରତିଯୋଗିତାର ଫାଇନାଲରେ ଭାରତ। କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ସେମିଫାଇନାଲରେ ଜାପାନକୁ ୭-୨ ଗୋଲରେ ହରାଇ ଫାଇନାଲକୁ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଟିମ। ଆସନ୍ତାକାଲି ଦଳ ବିଶ୍ୱର ଶକ୍ତିଶାଳୀ ଦେଶ ଦକ୍ଷିଣ ଆଫ୍ରିକାକୁ ଫାଇନାଲରେ ଭେଟିବ।
The Weekଆଜି ଖେଳାଯାଇଥିବା ସେମିଫାଇନାଲ ମ୍ୟାଚର ପ୍ରଥମମାର୍ଦ୍ଧରେ ଭାରତୀୟ ଡିଫେଣ୍ଡର ହରମନପ୍ରୀତ୍ ସିଂ ପ୍ରଥମ ଗୋଲ ଦେଇଥିଲେ। ଏହାପରେ ୧୪ ମିନିଟରେ ବରୁଣ କୁମାର, ୨୩ ଓ ୩୭ ମିନିଟରେ ରମନଦୀପ ସିଂ ଦୁଇଟି ଗୋଲ ଦେଇଥିଲେ। ଏହାପରେ ଖେଳର ୨୫ ମିନିଟରେ ହାର୍ଦ୍ଦିକ ସିଂ, ୪୩ ମିନିଟ୍ ଗୁରସହିବଜିତ୍ ସିଂ ଏବଂ ୪୭ ମିନିଟରେ ବିବେକ ସାଗର ପ୍ରସାଦ ଅନ୍ତିମ ଗୋଲ ଦେଇ ଦଳକୁ ଫାଇନାଲ୍ ଟିକେଟ୍ ଦେବାରେ କନଫର୍ମ କରିଥିଲେ।
କଳିଙ୍ଗ ଷ୍ଟାଡ଼ିୟମରେ ସେମିଫାଇନାଲ୍ ମ୍ୟାଚରେ ଭାରତୀୟ ଟିମର ଏଭଳି ଗୋଲ ବର୍ଷା ହକିପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଭରିଦେଇଥିବା ଦେଖିବାକୁ ମିଳିଛି। ତେବେ ଆସନ୍ତାକାଲି ଫାଇନାଲ ଟକ୍କର ପାଇଁ ମଧ୍ୟ ଭାରତୀୟ ହକି ଟିମକୁ ଏଭଳି ସମର୍ଥନ ଦେବାକୁ କଳିଙ୍ଗ ଷ୍ଟାଡ଼ିୟମରେ ଭିଡ଼ ଜମିବ ବୋଲି ଆଶା କରାଯାଉଛି।
Follow Us