:ଆଡିଲେଡ୍: ଆସନ୍ତା ଗୁରୁବାରଠାରୁ ଏଠାରେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ୍ ଆରମ୍ଭ ହେବାକୁ ଯାଉଥିଲା ବେଳେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଆରୋନ୍ ଫିଞ୍ଚ ଆହତ ହୋଇଛନ୍ତି। ମଙ୍ଗଳବାର ଦଳର ନେଟ୍ ଅଭ୍ୟାସ ବେଳେ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ଏକ ବାଉଁସର୍ରେ ଫିଞ୍ଚ୍ ଆହତ ହୋଇଛନ୍ତି। ବଲ୍ ତାଙ୍କ ଡାହାଣ ହାତରେ ମାଡ଼ ହୋଇଥିଲା। ଏଥିରେ ଫିଞ୍ଚ୍ ଯନ୍ତ୍ରଣା ପାଇଥିଲେ। ତେବେ ଅଷ୍ଟ୍ରେଲିଆ ଦଳର ଡାକ୍ତର ଆହତ ଗୁରୁତର ନୁହେଁ ବୋଲି କହିବା ସାଙ୍ଗକୁ ହାତରେ ପଟି ପାନ୍ଧି ପୁନର୍ବାର ବ୍ୟାଟିଂ କରିବା ପାଇଁ ଫିଞ୍ଚ୍ଙ୍କୁ ଅନୁମତି ଦେଇଥିଲେ। ଫିଞ୍ଚ୍ ଠିକ୍ ଅଛନ୍ତି ଏବଂ ସେ ପ୍ରଥମ ଟେଷ୍ଟ୍ ପାଇଁ ପୂରା ପ୍ରସ୍ତୁତ ବୋଲି କହିଛନ୍ତି ଅଷ୍ଟ୍ରେଲୀୟ ଅଲ୍ରାଉଣ୍ଡର ତଥା ଅନ୍ୟତମ ଉପଅଧିନାୟକ ମିଚେଲ ମାର୍ସ।
ଫିଞ୍ଚ୍ ଆହତ
Advertisment
Follow Us